ଆସିକା ପୋଲିସର ପୁଣି ଏନକାଉଣ୍ଟର, କୁଖ୍ୟାତ ଅପରାଧୀ ଗୁରୁ ପ୍ରସାଦ ସ୍ୱାଇଁ ଆହତ

ଆସିକା(କେନ୍ୟୁଜ୍): ଆସିକା ପୋଲିସର ପୁଣି ଏନକାଉଣ୍ଟର । ଆସିକା ଥାନା ଚାରି ମାଇଲି ପାହାଡ ନିକଟରେ ଦୁଇ ଅପରାଧୀ ଓ ପୋଲିସ ମୁହାଁମୁହିଁ ହୋଇଛନ୍ତି । ଏଥିରେ କୁଖ୍ୟାତ ଅପରାଧି ଗୁରୁ ପ୍ରସାଦ ସ୍ୱାଇଁ ଆହତ ହୋଇଛି । ଗୁରୁ ପ୍ରସାଦର ବାମ ଗୋଡରେ ଗୁଳି ବାଜିଛି । ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ମେଡିକାଲକୁ ପଠାଯାଇଛି । ଜଣେ ସହଯୋଗୀ ସହ ମୋଟର ସାଇକେଲରେ ଯାଉଥିବା ବେଳେ ଗୁରୁ ପ୍ରସାଦ ପ୍ରଥମେ ପୋଲିସ ଉପରକୁ ବୋମାମାଡ କରିଥିଲା । ପାଲଟା ଜବାବରେ ପୋଲିସ ଗୁଳିମାଡ କରିଥିଲା । ଏଥିରେ ଗୁରୁ ପ୍ରସାଦ ଆହତ ହୋଇଥିବା ବେଳେ ସହଯୋଗୀ ଜଣକ ଫେରାର ହୋଇଯାଇଛି । ଗୁରୁ ପ୍ରସାଦ ନିକଟରୁ ଗୋଟିଏ ମାଉଜର, ୨ ରାଉଣ୍ଡ ଜୀବନ୍ତ ଗୁଳି, ଗୋଟିଏ ମୋଟର ସାଇକେଲ ଜବତ କରିଛି ପୋଲିସ । ତା ନାରେ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା ଆସିକା ଏସଡିପିଓ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.