କେନ୍ଦ୍ରାପଡ଼ାରେ ପୁଣି ପୋଲିସ-ଅପରାଧୀ ମୁହାଁମୁହିଁ , ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ଏନ୍‌କାଉଣ୍ଟର

କେନ୍ଦ୍ରାପଡ଼ା(କେନ୍ୟୁଜ୍) : କେନ୍ଦ୍ରାପଡ଼ାରେ ପୁଣି ପୋଲିସ-ଅପରାଧୀ ମୁହାଁମୁହିଁ। ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକକୁ ଏନ୍‌କାଉଣ୍ଟର। ୫ ନମ୍ବର ଜାତୀୟ ରାଜପଥ କଜଳାଗଡ଼ାଠାରେ କେନ୍ଦ୍ରାପଡ଼ା ସଦର ପୋଲିସ ଓ ସ୍ପେଶାଲ୍‌ ଟିମ୍‌ ପକ୍ଷରୁ ଏହି ମିଳିତ ଏନକାଉଣ୍ଟର କରାଯାଇଛି। ତାର ବାମ ଗୋଡରେ ବାଜିଛି ୨ଟି ଗୁଳି। ଆହତ ଅବସ୍ଥାରେ ତାକୁ କଟକ ଏସ୍‌ସିବି ସ୍ଥାନାନ୍ତର କରାଯାଇଛି। ଗତକାଲି ରାତିରେ ବିଜୟ ଫେରୁଥିବାବେଳେ ପୋଲିସ ତାର ପିଛା କରିଥିଲା। ଶ୍ୟାମସୁନ୍ଦରପୁର-ଦୁହୁରିଆ ଛକ ନିକଟରେ ପୋଲିସ ସହ ମୁହାଁମୁହିଁ ହୋଇଥିଲା। ପୋଲିସ ବିଜୟ ଉପରକୁ ଗୁଳି କରିଥିଲା। ବିଜୟ ମଧ୍ୟ ପୋଲିସ ଉପରକୁ ଗୁଳି ଚଳାଇଥିଲା। ଏହାପରେ ପୋଲିସ ଗୁଳିରେ ସେ ଆହତ ହୋଇଥିଲା। ୨୦୦୯ ଶେଖ୍‌ ସୁଲେମାନ୍‌ ହତ୍ୟାକାଣ୍ଡର ଅଭିଯୁକ୍ତ ବିଜୟ। ତା ନାଁରେ ୧୦୦ରୁ ଅଧିକ ମାମଲା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.