ଯୁବ ଇଞ୍ଜିନିୟରଙ୍କ କମାଲ, ଛଅ ମାସରେ ମାଟିରେ ମିଶିଯିବ ମକା ବ୍ୟାଗ୍‌

କଟକ (କେନ୍ୟୁଜ) : ୬ ମାସରେ ମିଶିଯିବ ପଲିଥିନ୍‌ ବ୍ୟାଗ୍‌। ହଁ ଆଜ୍ଞା ମାଟିରେ ସମ୍ପୂର୍ଣ୍ଣ ମିଶିଯାଉଛି ବ୍ୟାଗ୍‌। କାହିଁକିନା ଜରି ନୁହେଁ ଏ ପଲିଥିନ୍‌ ବନାଯାଇଛି ମକାରେ। ଏହା ଶୁଣି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏକଥା ବିଲକୁଲ ସତ। କଟକ ବାଲିଯାତ୍ରା ପଡିଆରେ ଯୁବ ଇଞ୍ଜିନିୟରଙ୍କ କମାଲ ଦେଖିବାକୁ ମିଳିଥିଲା। ଐତିହାସିକ ବାଲିଯାତ୍ରା ପଡ଼ିଆରେ ଏହି ମକାରେ ପ୍ରସ୍ତୁତ ବ୍ୟାଗର ପ୍ରଦର୍ଶନୀ ଓ ବିକ୍ରି ସମସ୍ତଙ୍କୁ ଚକିତ କରିଦେଇଥିଲା। ପଲିଥିନ୍ ବ୍ୟାନ୍ ହୋଇଥିବା ବେଳେ ଏବେ କପଡ଼ା ବ୍ୟାଗର ବ୍ୟବହାର ବଢ଼ିଥିଲା ।। କିନ୍ତୁ ସଫ୍ଟଓୟାର ଇଞ୍ଜିନିୟର ଥିବା ବିଡାନାସୀ ତୁଳସୀପୁରର ସୁଭାଶିଷ ସାହୁ ମକାରେ ପ୍ରସ୍ତୁତ କରିଥିବା ଏହି ବ୍ୟାଗ୍ ପ୍ରଥମ ଥର ପାଇଁ ଓଡ଼ିଶା ବଜାରକୁ ଆଣିଛନ୍ତି।

ସୁଭାଶିଷ ଉଦ୍ୟମ ବଳରେ ଏଭଳି ବ୍ୟାଗ୍ ପ୍ରସ୍ତୁତ କରିଛନ୍ତି ।। ଏହି ବ୍ୟାଗ୍ ଉପର ବାଲିଯାତ୍ରା ପଡ଼ିଆର ଦେଖିବାକୁ ମିଳିଥିଲା। ବ୍ୟାଗ୍ ତିଆରି ପାଇଁ କଞ୍ଚା ମାଲ୍ ଭାବେ ମକାକୁ ବ୍ୟବହାର କରାଯାଇଛି।। ଏହି ବ୍ୟାଗ ମାତ୍ର ୬ ମାସ ଭିତରେ ମାଟିରେ ସମ୍ପୂର୍ଣ୍ଣ ଭାବେ ମିଶିଯିବ ।

corn bagଯାହାଫଳରେ ପରିବେଶ ଉପରେ ଏହାର କୌଣସି ପ୍ରକାର ଖରାପ ପ୍ରଭାବ ପଡ଼ିବ ନାହିଁବୋଲି ସୁଭାଶିଷ କହିଛନ୍ତି। ଗାଈ ଗାଇ ଗୋରୁ ଏହି ବ୍ୟାଗକୁ ଖାଇଲେ ବି କୌଣସି କ୍ଷତି ହେବ ନାହିଁ । ତେବେ ପଲିଥିନ କେଜି ପିଛା 220 ଟଙ୍କାରେ ପ୍ରାୟ 300 ଖଣ୍ଡ ମିଳୁଥିବା ବେଳେ କପଡ଼ା 250 ଟଙ୍କାରେ 80 ରୁ 90 ଖଣ୍ଡ ମିଳୁଛି ।। କିନ୍ତୁ ମକା ବ୍ୟାଗ କେଜି ପିଛା 300 ଟଙ୍କାରେ 220 ରୁ 260 ଖଣ୍ଡ ମିଳୁଛି।

ଅନ୍ୟ ବ୍ୟାଗ ତୁଳନାରେ ମୂଲ୍ୟ ଯଦିଓ ସାମାନ୍ୟ ଅଧିକ ରହିଛି, କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ପରିବେଶ ଅନୁକୂଳ ବୋଲି ସୁଭାଶିଷ କହିଛନ୍ତି ଓ ଏହି ବ୍ୟାଗର ବାଲିଯାତ୍ରା ରେ ଭଲ ବିକ୍ରି ମଧ୍ୟ ହୋଇଛି।। ତେବେ ସୁଭାଶିଷଙ୍କ ଏହି ବ୍ୟାଗ ପ୍ରସ୍ତୁତିରେ ଯଦି ସରକାରଙ୍କ ସାହାଯ୍ୟ ସିକୃତି ମିଳନ୍ତା ତାହେଲେ ଭବିଷ୍ୟତରେ ନିହାତି ଭାବେ ଏହା ପରିବେଶକୁ ନଷ୍ଟ କରିବା ଠାରୁ ରକ୍ଷା କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.