କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ସନ୍ଦିଗ୍ଧ ଅଭିଯୁକ୍ତ ଫେରାର ଘଟଣା, ମହାନଦୀରେ ଭାସୁଛି ମୃତଦେହ

କ୍ୟାଣ୍ଟନମେଣ୍ଟ ଥାନାରୁ ସନ୍ଦିଗ୍ଧ ଅଭିଯୁକ୍ତ ଫେରାର ଘଟଣା। ମହାନଦୀରେ ଭାସୁଛି ମୃତ ଦେହ। ଯୋବ୍ରା ଆନିକଟ ୮୬ ନମ୍ବର ଗେଟ ରେ ଲାଗିଛି ମୃତ ଦେହ। ଘଟଣାସ୍ଥଳରେ ମୃତକ ଶଙ୍କର୍ଷଣ ବେହେରାଙ୍କ ପରିବାର ବର୍ଗ ଉପସ୍ଥିତ ଅଛନ୍ତି ।

କଟକ(କେନ୍ୟୁଜ୍): କ୍ୟାଣ୍ଟନମେଣ୍ଟ ଥାନାରୁ ସନ୍ଦିଗ୍ଧ ଅଭିଯୁକ୍ତ ଫେରାର ଘଟଣା। ମହାନଦୀରେ ଭାସୁଛି ମୃତ ଦେହ। ଯୋବ୍ରା ଆନିକଟ ୮୬ ନମ୍ବର ଗେଟ ରେ ଲାଗିଛି ମୃତ ଦେହ। ଘଟଣାସ୍ଥଳରେ ମୃତକ ଶଙ୍କର୍ଷଣ ବେହେରାଙ୍କ ପରିବାର ବର୍ଗ ଉପସ୍ଥିତ ଅଛନ୍ତି ।

ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରାଯାଇଥିବା ଜଣାପଡିଛି । ତେବେ ଗତକାଲି ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ପରିବାରବର୍ଗ ।

ସୂଚନା ଥାଉକି, ଗତ ୨୦ ତାରିଖ ସନ୍ଧ୍ୟାରେ କଟକ କ୍ୟାଣ୍ଟନମେଣ୍ଟ ଥାନାରୁ  ବିଡାନାସୀ ଅଞ୍ଚଳର ଶଙ୍କର୍ଷଣ ବେହେରା ଫେରାର ହୋଇଯାଇଥିଲା। ଏକ ଚୋରୀ ମାମଲାରେ ପଚରାଉଚରା ପାଇଁ ଥାନାକୁ ଅଣାଯାଇଥିବା ବେଳେ ପୋଲିସ କର୍ମଚାରୀଙ୍କୁ ଧକ୍କା ମାରି ମହାନଦୀକୁ ଡେଇଁ ଫେରାର ହୋଇ ଯାଇଥିଲା। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି।

Leave A Reply

Your email address will not be published.