Below header

କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ନଦୀ ଖନନ କାର୍ଯ୍ୟକୁ ନଜର ଦିଆଯାଉନି, ନିମ୍ନ ମାନର କାର୍ଯ୍ୟ କରାଯାଉଥିବା ଆସିଛି ଅଭିଯୋଗ

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ନିକଟସ୍ଥ ପଶୁଲୁଣ୍ଡା ଗୋବରୀ ସେତୁରେ ଦେଖାଯାଇଛି ଏହି ସମସ୍ୟା । ଏହାର ଏବେ ପୁନଃରୁଦ୍ଧାର କାମ ଚାଲିଛି । ୫ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାରେ ଡ୍ରେନେଜ ବିଭାଗ ତରଫରୁ କାର୍ଯ୍ୟ ହେଉଥିବା ବେଳେ ଏହି କାମକୁ ନେଇ ମନମୁଖି କାର୍ଯ୍ୟ କରୁଛି ଠିକାଦାର ।

କଟକ(କେନ୍ୟୁଜ):  ବର୍ଷାଦିନ ଆସିବା ମାତ୍ରେ ନଦୀ କୁଳିଆ ଗାଁର ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବା ଦେଖିବାକୁ ମିଳେ । ପ୍ରତିବର୍ଷ ଏହି ନଦୀରେ ବନ୍ୟା ଆସିଲେ ୧୦ଟି ପଞ୍ଚାୟତର ହଜାର ହଜାର ଲୋକେ ଦୁର୍ଦ୍ଦସାରେ ପଡନ୍ତି । ସରକାରଙ୍କ ପାଖରେ ବାରମ୍ବାର ଅଭିଯୋଗ ପରେ ଚଳିତ ବର୍ଷ ଏହି ନଦୀର ଖନନ କାର୍ଯ୍ୟ ଆରମ୍ଭ ହୋଇଛି । ସୁଦୃଢ ନଦୀବନ୍ଧ ସାଙ୍ଗକୁ ପଥର ପ୍ୟାକିଙ୍ଗ ପାଇଁ ଠିକାଦାରକୁ ନିର୍ଦେଶ ଦିଆଯାଇଛି । କିନ୍ତୁ ବିଭାଗୀୟ ଅଧକାରୀ ମାନେ କାର୍ଯ୍ୟଉପରେ ରହୁନାହାନ୍ତି l କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ କାହାର ବି କାର୍ଯ୍ୟ ଉପରେ ନିଘା ନାହିଁ ।

କଟକ ଜିଲ୍ଲା ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ନିକଟସ୍ଥ ପଶୁଲୁଣ୍ଡା ଗୋବରୀ ସେତୁରେ ଦେଖାଯାଇଛି ଏହି ସମସ୍ୟା । ଏହାର ଏବେ ପୁନଃରୁଦ୍ଧାର କାମ ଚାଲିଛି । ୫ କୋଟି ରୁ ଉର୍ଦ୍ଧ୍ୱ ଟଙ୍କାରେ ଡ୍ରେନେଜ ବିଭାଗ ତରଫରୁ କାର୍ଯ୍ୟ ହେଉଥିବା ବେଳେ ଏହି କାମକୁ ନେଇ ମନମୁଖି କାର୍ଯ୍ୟ କରୁଛି ଠିକାଦାର । ନିକଟରୁ ଗଙ୍ଗପୁରା ଦଳିତସାହି ପର୍ଯ୍ୟନ୍ତ ପୂର୍ବପାର୍ଶ୍ଵ ନଦୀବନ୍ଧ ଅତ୍ୟନ୍ତ ନିମ୍ନ ମାନର କାର୍ଯ୍ୟ ହେଉଥିବା ବେଳେ, ପଶ୍ଚିମପାର୍ଶ୍ଵରେ ଅନାବଶ୍ୟକ ଭାବେ ନଦୀକୁ ତାଡି ପାହାଡ଼ ଭଳି ମାଟି ଜମା କରାଯାଉଛି । ଏନେଇ ସ୍ଥାନୀୟ ଗ୍ରାମବାସୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ଦେଖିବାକୁ ମିଳିଛି । ନଈ ଲୋକଙ୍କ ପୈତୃକ ଜମିକୁ ଖାଇ ଖାଇ ଯାଉଥିବା ବେଳେ, ଗାଁ’କଡରେ ସୁଦୃଢ ନଦୀ ବନ୍ଧ ନିର୍ମାଣ ଅତ୍ୟନ୍ତ ଜରୁରୀ ବୋଲି ଦାବୀ ହେଉଛି । ଠିକାଦାର ନିମ୍ନ ମାନର କାର୍ଯ୍ୟ କରୁଥିବା ଅଭିଯୋଗ ଆସିଛି ।

ଗୋବରୀ ନଦୀ ବନ୍ଧକୁ ସୁଦୃଢ କରିବା ନେଇ ଦୀର୍ଘ ଦିନର ଦାବି ଥିଲା । କାରଣ ଏଠି ଟିକେ ବର୍ଷା ହେଲେ ଗୋବରୀ ନଦୀ ବୁଡ଼ି ଲୋକ ମାନଙ୍କ ଘର ଏବଂ ଫସଲ ନଷ୍ଟ ହୋଇଯାଏ ଏବଂ ବନ୍ୟା ଦାଉରୁ ଗାଁ’କୁ ସୁରକ୍ଷା ପରିବର୍ତ୍ତେ ଠିକାଦାର ଏବଂ ଡ୍ରେନେଜ ବିଭାଗର ଅସାଧୁ କାରବାରକୁ ନେଇ ପ୍ରତିବାଦ ଯୋର ଧରିଛି । ଗ୍ରାମବାସୀଙ୍କ ଅଭିଯୋଗ ଉପରେ ପ୍ରଶାସନ ଗୁରୁତ୍ୱ ନଦେଲେ ସେମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଏ ନେଇ ଆମେ ଡ୍ରେନଜ ବିଭାଗର ଉଚ୍ଚ କତୃପକ୍ଷଙ୍କ ସହ ପ୍ରତିକ୍ରିୟା ନେବାକୁ ଚାହିଁଥିଲୁ କିନ୍ତୁ ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.