ପ୍ରତିବର୍ଷ ସଡ଼କ ଦୁର୍ଘଟଣାରେ ଦେଶରେ ଦେଢ଼ଲକ୍ଷ ଲୋକ ମୃତ, ଶୂନ ମୃତାହତ ସଚେତନତା ପାଇଁ ପାଳନ କରାଯାଉଛି ଜିରୋ ଟୋଲେରାନ୍ସ ସପ୍ତାହ

ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ। ଟ୍ରାଫିକ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି। ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି ।

କେନ୍ୟୁଜ୍(ବ୍ୟୁରୋ):ସଡ଼କ ଦୁର୍ଘଟଣାରେ ଯେପରି ଜଣଙ୍କର ବି ଜୀବନ ଯିବନି ସେ ଦିଗରେ ପଦକ୍ଷେପ ସହ ସଚେତନତା ସୃଷ୍ଟି ପାଇଁ ଏପ୍ରିଲ ୧ରୁ ଶୂନ ମୃତାହତ ସପ୍ତାହ ବା ଜିରୋ ଟୋଲେରାନ୍ସ ସପ୍ତାହ ପାଳନ କରାଯାଉଛି। ଏଥିପାଇଁ ସଡ଼କ ଓ ପରିବହନ ବିଭାଗ ପକ୍ଷରୁ ଏସ୍‌ଓପି ଜାରି ସହ ପୋଲିସ ସହାୟତାରେ ରାସ୍ତାରେ ଟ୍ରାଫିକ ନିୟମ ଯାଞ୍ଚ କରାଯାଉଛି । ରାଜ୍ୟର ବିଭିନ୍ନ ସ୍ଥାନରେ ଚାଲିଛି ଜୋରଦାର ଚେକିଂ। ଟ୍ରାଫିକ ଖିଲାପକାରୀଙ୍କ ଠାରୁ ମୋଟା ଅଙ୍କର ଫାଇନ୍‌ ଆଦାୟ କରାଯାଉଛି।

ଭାରତରେ ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ପ୍ରାୟ ଦେଢ଼ ଲକ୍ଷ ଲୋକଙ୍କର ମୃତ୍ୟୁ ହେଉଛି । ଦିନକୁ ହାରହାରି ୧୧୩୦ ଦୁର୍ଘଟଣା ଘଟୁଛି ଏବଂ ଏଥିରେ ମରୁଛନ୍ତି ୪୨୨ ଜଣ । ଏଥିରୁ ସ୍ପଷ୍ଟ ଯେ ଭାରତରେ ସଡ଼କ ଦୁର୍ଘଟଣାର ସ୍ଥିତି କେତେ ଭୟଙ୍କର ।

 

Leave A Reply

Your email address will not be published.