ବରମୁଣ୍ଡାରେ ଗଡ଼ିଲା ବୁଲ ଡୋଜର, ଉଚ୍ଛେଦ ହେଲା ଜବର ଦଖଲ

ଭୁବନେଶ୍ୱର(କେନ୍ୟୁଜ୍‌) : ବରମୁଣ୍ଡାରେ ଉଚ୍ଛେଦ ହେଲା ଜବରଦଖଲ । ଆନ୍ତଃରାଜ୍ୟ ବସଟର୍ମିନାଲ ପଥ ତିଆରି ପାଇଁ ଚାଲିଲା ବୁଲଡୋଜର । ଜବରଦଖଲ କରି ଜମି ମାଡି ବସିଥିବା ଛୋଟ ଛୋଟ ଦୋକାନ ଓ ହୋଟେଲ ଗୁଡ଼ିକୁ ହଟାଯାଇଛି । ବିଡିଏ, ବିଏମସି ଏବଂ ପୋଲିସ ଉପସ୍ଥିତିରେ ଉଚ୍ଛେଦ କାର୍ଯ୍ୟକ୍ରମ କରାଯାଇଛି ।

ଧାର୍ଯ୍ୟ ସମୟ ଭିତରେ କାର୍ଯ୍ୟ ସାରିବା ଲକ୍ଷ୍ୟ ଥିବାରୁ ଜବର ଦଖଲ ଉଚ୍ଛେଦକୁ ଜୋରଦାର କରିଛି ବିଡିଏ । ଏହାସହ ଖୁବ୍ ଶୀଘ୍ର ଉଚ୍ଛେଦ କାର୍ଯ୍ୟ ସାରି ରାଜ୍ୟ ସରକାରଙ୍କୁ ଜମି ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ବିଡିଏର ଏନଫୋର୍ସମେଣ୍ଟ୍ ଅଫିସର । ଉଚ୍ଛେଦ ସମୟରେ ଯେଭଳି କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହୁଏ ଏଥିପାଇଁ ଏସିପି ରଜତ ରାୟଙ୍କ ନେତୃତ୍ୱରେ ପାଖାପାଖି ୨ ପ୍ଲାଟୁନ୍ ଫୋର୍ସ ମୁତୟନ ହୋଇଥିଲେ ।

ପୂର୍ବରୁ ଦୋକାନୀମାନଙ୍କୁ ଖାଲି କରିବା ପାଇଁ କୁହାଯାଇଥିଲା । କିନ୍ତୁ କେହି ନଶୁଣିବାରୁ ଆଜି ଉଚ୍ଛେଦ କରାଯାଇଛି । ଏହା ୨ ଦିନ ଧରି ଚାଲିବ । ବ୍ୟବସାୟ ପାଇଁ ଖଣ୍ଡଗିରି ଠାରେ ନୂଆ ବସଷ୍ଟାଣ୍ଡ୍ ପାଖରେ ଦିଆଯାଇଥିବା ଜାଗାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବ୍ୟବସାୟୀ । ସେଠାରେ ବ୍ୟବସାୟ କରିପାରିବେ ନାହିଁ ବୋଲି କହିଛନ୍ତି ବ୍ୟବସାୟୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.