ଆଠଗଡ଼ କରୋଙ୍ଗା ଗାଁରେ ଅବକାରୀ ବିଭାଗ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ, ହଜାର ହଜାର ଲିଟର ମଦ ପୋଚ ନଷ୍ଟ

କଟକ: ମଦରେ ଭାସିଲା ଗାଁ ଦାଣ୍ଡ। କଟକ ଜିଲ୍ଲା ଅବକାରୀ ବିଭାଗ ଓ ପ୍ରଶାସନ ପକ୍ଷରୁ ମିଳିତ ଚଢାଉ କରି ହଜାର ହଜାର ଲିଟର ମଦ ପୋଚ ନଷ୍ଟ କରିଛି। ଯାହାଫଳରେ ଗାଁ ଦାଣ୍ଡରେ ପାଣି ପରି ଭାସିଲା ମଦ। କଟକ ଜିଲ୍ଲା ଆଠଗଡ଼ କରୋଙ୍ଗା ଗାଁରେ ଦେଖିବାକୁ ମିଳିଛି ଏହି ଘଟଣା। ଗାଁରେ ଖୁଲମଖୁଲା ଭାବେ ବେଆଇନ ଦେଶୀ ମଦ ରନ୍ଧା ହୋଇ ବିକ୍ରି କରାଯାଉଥିଲା।

ଖବର ପାଇ ଜିଲ୍ଲା ପ୍ରଶାସନ ଓ ଅବକାରୀ ବିଭାଗ ମିଳିତ ଚଢାଉ କରି ନଷ୍ଟ କରିଥିଲା। ଅଭିଯୋଗ ପରେ କିଛି ଦିନ ତଳେ ଗାଁରେ ଜେସିବି ଲଗାଇ ମଦ ଭାଟି ବନ୍ଦ କରିଥିଲା ପ୍ରଶାସନ। କିନ୍ତୁ କିଛି ଦିନ ପରେ ପୁଣି ଚାଲିଥିଲା ବେଆଇନ କାରବାର। ମଦ ମାଫିଆଙ୍କ ଯୋଗୁଁ ଗାଁରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିବା ଗାଁଲୋକେ ଅଭିଯୋଗ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.