ପଶ୍ଚିମବଙ୍ଗରୁ ନୟାଗଡ଼ ଲିଙ୍କ୍: ସ୍କର୍ପିଓ ଗାଡ଼ିରୁ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କଲା ଅବକାରୀ ବିଭାଗ

ନୟାଗଡ଼ ସଦର ଅବକାରୀ ଥାନା ପକ୍ଷରୁ ଚଢ଼ାଉ। ବିଶେଷ ସୁତ୍ରରୁ ଖବର ପାଇ ନୟାଗଡ଼ ରାଜସୁନାଖଳା ନିକଟରେ ଚଢ଼ଉ କରି ଏକ ସ୍କର୍ପିଓ ଗାଡ଼ି ସହ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ ।

ନୟାଗଡ଼(କେନ୍ୟୁଜ): ନୟାଗଡ଼ ଜିଲ୍ଲାରେ ପଶ୍ଚିମବଙ୍ଗ ବ୍ରାଉନ ସୁଗାର ବେପାରୀ। ନୟାଗଡ଼ ସଦର ଅବକାରୀ ଥାନା ପକ୍ଷରୁ ଚଢ଼ାଉ। ବିଶେଷ ସୁତ୍ରରୁ ଖବର ପାଇ ନୟାଗଡ଼ ରାଜସୁନାଖଳା ନିକଟରେ ଚଢ଼ଉ କରି ଏକ ସ୍କର୍ପିଓ ଗାଡ଼ି ସହ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ଅବକାରୀ ବିଭାଗ । ସେମାନଙ୍କ ଠାରୁ ୨୦ ହଜାର ୧୦ ଟଙ୍କା ମିଳିଥିବା ବେଳେ ୮ ଗୋଟି ମୋବାଇଲକୁ ଅବକାରୀ ବିଭାଗ ଜବତ କରିଛି। ସମସ୍ତ  ୫ ଅଭିଯୁକ୍ତ  ପଶ୍ଚିମବଙ୍ଗର ବୋଲି ଜଣାପଡିଛି ।

ଗାଡ଼ିର ଡ୍ରାଇଭର ଇକବାଲ ଖାଁ, ଉତମ ରାଇ ଦାସ, ଏସ.କେ. ସାହା ଆଲାମ, ଏସ. କେ ଅବଦୁଲ ରହିମ ଓ ପ୍ରସନ୍ନଜିତ ଦାସଙ୍କୁ ଗିରଫ କରିଛି । ଏହାସହ ଡବ୍ଲୁବି ୩୦ ଏଇ ୪୪୩୭ ନମ୍ବର ସ୍କର୍ପିଓ ଗାଡିକୁ ସଦର ଅବକାରୀ ଥାନା ଜବତ କରିଛି। ସେମାନଙ୍କ ଠାରୁ ୮ ଗୋଟି ମୋବାଇଲ ଜବତ କରାଯାଇଛି । ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ଅଧୀକ୍ଷକ ସୁଚନା ଦେଇଛନ୍ତି। ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।