ଯୁବତୀ Amazonରୁ ଅର୍ଡର କରିଥିଲେ ୫୦,୯୦୦ ଟଙ୍କାର Apple ଘଣ୍ଟା, ଡେଲିଭରିରେ ମିଳିଲା ଏହି ଶସ୍ତା ପ୍ରଡକ୍ଟ

ଯୁବତୀ ଇ-କମର୍ସ େଓ୍ଵବ୍‌ସାଇଟ ‘ଆମାଜନ’ରୁ ୫୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ଏକ ଆପଲ୍‌ ଘଣ୍ଟା ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ୩ ହଜାର ଟଙ୍କାରେ ଫିଟ୍‌ଲାଇଫ୍‌ କମ୍ପାନୀର ଏକ ଘଣ୍ଟା ଡେଲିଭରିରେ ମିଳିଥିଲା ।

ଅନ୍‌ଲାଇନ ସପିଂର କ୍ରେଜ୍‌ ଲଗାତାର ବଢ଼ିବାରେ ଲାଗିଛି । ଅନ୍‌ଲାଇନ କମ୍ପାନୀ ଗୁଡ଼ିକ ଗୋଟିଏ ପରେ ଗୋଟିଏ ଅଫର୍‌ ଦେଇ ଗ୍ରାହକମାନଙ୍କୁ ନିଜ ଆଡ଼କୁ ଆକର୍ଷିତ କରୁଛନ୍ତି । କିନ୍ତୁ ବେଳେ ବେଳେ ଫୋନ୍‌ ଅର୍ଡରରେ ବକ୍ସ ଭିତରୁ ବାହାରୁଛି ଇଟା । ଏହି ଗୋଟିଏ ନୁହେଁ, ଏହିପରି ଅନେକ ଅଭିଯୋଗ ସାମ୍ନାକୁ ଆସୁଛି । ଏବେ ଠିକ୍‌ ଏମିତି ହିଁ ଏକ ଘଟଣା ଜଣେ ଯୁବତୀଙ୍କ ସହିତ ଘଟିଛି ।

ଯୁବତୀ ଇ-କମର୍ସ େଓ୍ଵବ୍‌ସାଇଟ ‘ଆମାଜନ’ରୁ ୫୦ ହଜାରରୁ ଅଧିକ ଟଙ୍କା ମୂଲ୍ୟର ଏକ ଆପଲ୍‌ ଘଣ୍ଟା ଅର୍ଡର କରିଥିଲେ । କିନ୍ତୁ ତାଙ୍କୁ ୩ ହଜାର ଟଙ୍କାରେ ଫିଟ୍‌ ଲାଇଫ୍‌ କମ୍ପାନୀର ଏକ ଘଣ୍ଟା ଡେଲିଭରିରେ ମିଳିଥିଲା ।

ଯୁବତୀ ଆମାଜନ ହେଲ୍‌ପଲାଇନରୁ ସହାୟତା ମଧ୍ୟ ଲୋଡ଼ିଥିଲେ । କିନ୍ତୁ ତାଙ୍କୁ ସାହାଯ୍ୟ କରିବାକୁ ମନା କରି ଦିଆଯାଇଥିଲା । ଯୁବତୀ ସୋସିଆଲ ମିଡିଆରେ ପୋଷ୍ଟ୍‍ କରି ଆମାଜନରୁ କିଣା କିଣି ନ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏଥିସହ ସେ କହିଛନ୍ତି ଯେ ୩ ଦିନ ହେଲାଣି, ଏ ପର୍ଯ୍ୟନ୍ତ କୌଣସି ସାହାଯ୍ୟ ମିଳି ନାହିଁ । ମୋର ସମସ୍ତ ପେମେଣ୍ଟ ବୁଡ଼ିଯାଇଛି ।

ଯୁବତୀଙ୍କ ନାମ ସନାୟା । ସନାୟା ପୋଷ୍ଟ କରି କହିଛନ୍ତି, ଜୁଲାଇ ୮ରେ ସେ ଆମାଜନରୁ ୫୦,୯୦୦ ଟଙ୍କାରେ ଆପଲ୍ ୱାଚ୍ ସିରିଜ୍ ୮ ଅର୍ଡର ଦେଇଥିଲେ । କିନ୍ତୁ ଜୁଲାଇ ୯ରେ ତାଙ୍କୁ ଆପଲ୍ ଘଣ୍ଟା ବଦଳରେ ‘ଫିଟ୍ ଲାଇଫ୍’ ଘଣ୍ଟା ମିଳିଛିି । ଅନେକ ବାର କଲ୍ କରିବା ସତ୍ତ୍ୱେ ଆମାଜନ୍ ହେଲ୍ପଲାଇନ ସାହାଯ୍ୟ କରିବାକୁ ମନା କରି ଦେଇଛି ।

ପରେ ଯୁବତୀ ଜୁଲାଇ ୧୨ରେ ଅନ୍ୟ ଏକ ପୋଷ୍ଟରେ କହିଥିଲେ ଯେ ମୋତେ ନକଲି ଘଣ୍ଟା ମିଳିବାରେ ତିନି ଦିନ ହୋଇ ଗଲାଣି । କିନ୍ତୁ ଦୁର୍ଭାଗ୍ୟବଶତଃ, ଆମାଜନ କୌଣସି ପ୍ରକାର ସହାୟତା ଦେବାକୁ ପ୍ରସ୍ତୁତ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.