ବରିଷ୍ଠ ଫୁଟବଲ୍‌ ଖେଳାଳି ତଥା ସମାଜର ପୂର୍ବତନ ବାର୍ତ୍ତା ସମ୍ପାଦକ ଶ୍ୟାମାକାନ୍ତ ପଟ୍ଟନାୟକଙ୍କ ପରଲୋକ

କଟକ : ପୂର୍ବତନ ଫୁଟ୍‌ବଲ୍‌ ଖେଳାଳି ତଥା ଜାତୀୟ ସ୍ତରୀୟ ରେଫରୀ ଶ୍ୟାମାକାନ୍ତ ପଟ୍ଟନାୟକଙ୍କର ପରଲୋକ । ମୃତ୍ୟୁ ବେଳକୁ ତାଙ୍କ ୮୩ ବର୍ଷ ବୟସ ହୋଇଥିଲା । ଆଜି ସକାଳେ କଟକ ଯାଉନ୍‌ ହଲ୍‌ ରୋଡ୍‌ ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି ।

ସ୍ୱର୍ଗତ ଶ୍ୟାମାକାନ୍ତ ଦୈନିକ ସମାଜର ବାର୍ତ୍ତା ସମ୍ପାଦକ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ତାଙ୍କୁ ଓଡ଼ିଶାର ପ୍ରଥମ କ୍ରୀଡ଼ା ସାମ୍ବାଦିକ ମଧ୍ୟ କୁହାଯାଏ । ପରଲୋକ ପରେ ଅନେକ ବିଶିଷ୍ଟ ବ୍ୟକ୍ତି ଆଜି ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ।

 

 

Leave A Reply

Your email address will not be published.