ମାଘମେଳା ବୁଲିବେ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ, ପ୍ରଶାସନ ତରଫରୁ କରାଯାଉଛି ବ୍ୟାପକ ପ୍ରସ୍ତୁତି

ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବାକୁ ଆଖି ଆଗରେ ରଖି ଚନ୍ଦ୍ରଭାଗା ପୁସ୍କରିଣୀ ଓ ମାଘ ମେଳା ପଡିଆକୁ ସିସିଟିଭିରେ ଛାଉଣି କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ କିପରି ଆସି ମାଘମେଳା ବୁଲିଯିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ମନ୍ଦିର ,ନବଗ୍ରହ ବୁଲି ଘରକୁ ଫେରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା ଶେଷ କରିଛି ।

ପୁରୀ ଜିଲ୍ଲାର ପ୍ରସିଦ୍ଧ ଯାତ୍ରା ହେଉଛି କୋଣାର୍କ ମାଘ ମେଳା । ଚଳିତ ବର୍ଷ ଲକ୍ଷାଧିକ ଶ୍ରଦ୍ଧାଳୁ ଆସିବାକୁ ଆଖି ଆଗରେ ରଖି ଚନ୍ଦ୍ରଭାଗା ପୁସ୍କରିଣୀ ଓ ମାଘ ମେଳା ପଡିଆକୁ ସିସିଟିଭିରେ ଛାଉଣି କରାଯାଇଛି । ଲକ୍ଷାଧିକ ଶ୍ରଦ୍ଧାଳୁ କିପରି ଆସି ମାଘମେଳା ବୁଲିଯିବେ ଓ ତ୍ରୀର୍ଥ ପୁଷ୍କରିଣୀରେ ବୁଡ ପକାଇ ସୂର୍ଯ୍ୟ ମନ୍ଦିର ,ନବଗ୍ରହ ବୁଲି ଘରକୁ ଫେରିବେ, ସେଥିପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ବ୍ୟବସ୍ଥା ଶେଷ କରିଛି । ଏନେଇ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକାରୀ ସହ ସମସ୍ତ ପ୍ରଶାସନିକ ଅଧିକାରୀ ସ୍ଥାନୀୟ ଅଞ୍ଚଳ ବୁଲି ଦେଖଛନ୍ତି । ଅନ୍ୟପଟେ କୋଣାର୍କ NAC ଅଧିକାରୀ ମହୋଦୟା ସବୁ ଦିଗକୁ ନଜରରେ ରଖିଛନ୍ତି । ରାଜ୍ୟ ଓ ଦେଶରୁ ଆସିଥିବା ସାଧୁସନ୍ଥମାନେ ସ୍ନାନ ସାରି ସୂର୍ଯ୍ୟନାରାୟଣଙ୍କ ଆଳତି ସରିବା ପରେ ଭକ୍ତ ଶ୍ରଦ୍ଧାଳୁମାନେ ଗାଧୋଇବା ପାଇଁ ସୁଯୋଗ ପାଇବେ ।

ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏହା ସହ ତ୍ରୀର୍ଥ ପୁଷ୍କରିଣୀ ଓ ମାଘମେଳା ପଡ଼ିଆକୁ ସିସିଟିଭିରେ ରଖାଯିବ । ମେଳା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ବମୋଟ ୧୫ ପ୍ଲାଟୁନ ଫୋର୍ସ, ୩୦ ଜଣ DSP, ୧୦୦ ଜଣ ଆଇଆଇସି ସହ ପୁରୀ ଆରକ୍ଷୀ ଅଧିକ୍ଷକ ଉପସ୍ଥିତ ରହିବେ । ଚନ୍ଦ୍ରଭାଗା ପୁଷ୍କରିଣୀ ଯାଇ ବୁଡ଼ ପକାଇ ପାରିବେ ଶ୍ରଦ୍ଧାଳୁ । ଯେପରି କୌଣସି ଅଘଟଣ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରିବା ପାଇଁ ଧାର୍ଯ୍ୟ କରାଯାଇଛି । ଆସନ୍ତା କାଲି ଅର୍ଥାତ ଗୁରୁବାର ଦିନ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିବେ ।

ଶ୍ରଦ୍ଧାଳୁଙ୍କୁ କିପରି ସୁଲଭ ମୂଲ୍ୟରେ ଚାଉଳ, ଡାଲି,କାଠ,କିରୋସିନି ମିଳିବ ରୋଷେଇ ଏବଂ ସେମାନେ ଯେପରି ଠକାମିର ଶିକାର ନ ହୁଅନ୍ତି ସେଥିପ୍ରତି ସ୍ଥାନୀୟ ପ୍ରଶାସନ ସଜାଗ ରହିବେ। ଏଥି ସହିତ କୋଣାର୍କ ସୂର୍ଯ୍ୟ ମନ୍ଦିର, ନବଗ୍ରହ ପୀଠକୁ ମଧ୍ୟ ଡାକବଙ୍ଗଳା ଛକରେ ପ୍ରବେଶ କରିବା ସହ ନବଗ୍ରହ ଗେଟ୍ ରେ ପ୍ରସ୍ତାନ ପାଇଁ ଧାର୍ଯ୍ୟ କରାଯାଇଛି । କିପରି ମାତ୍ର ଦିନକ ଭିତରେ ଜିଲ୍ଲା ପ୍ରଶାସନ ଏତେ ବଡ ଚ୍ୟାଲେଞ୍ଜ କୁ ସଠିକ ଭାବେ ତୁଲାଇବେ ତାହା ଦେଖିବାକୁ ଅପେକ୍ଷା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.