ନୟାଗଡ: ରେଳ ଷ୍ଟେସନରେ ମଦ ପିଇବାକୁ ମନା କରିବାରୁ ମ୍ୟାନେଜରଙ୍କୁ ଆକ୍ରମଣ, ବ୍ୟାପକ ଭଙ୍ଗାରୁଜା

ନୟାଗଡ: ରେଳ ଷ୍ଟେସନରେ ଲଙ୍କାକାଣ୍ଡ। ବ୍ୟାପକ ଭଙ୍ଗାରୁଜା। ମଦ ପିଇବାକୁ ମନା କରିବାରୁ ମ୍ୟାନେଜରଙ୍କୁ ଆକ୍ରମଣ କଲେ ଦୁର୍ବୃତ୍ତ । ଅନ୍ୟ ୨ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି। ଷ୍ଟେସନରେ ଭଙ୍ଗାରୁଜା ସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପୋଡି ଦେଇଛନ୍ତି।

ଘଟଣାସ୍ଥଳରେ ପୋଲିସ ଓ ରେଲୱେ ଅଧିକାରୀ ପହଞ୍ଚି ଛାନଭିନ୍‌ ଜାରି ରଖିଛନ୍ତି। ଖବର ଅନୁଯାୟୀ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଷ୍ଟେସନ ନିକଟରେ ମଦ୍ୟପାନ କରିଥିଲେ। ମ୍ୟାନେଜର ଓ କର୍ମଚାରୀ ଏହାକୁ ବାରଣ କରିବାରୁ ଦୁର୍ବୃତ୍ତଙ୍କ ଆକ୍ରମଣର ଶୀକାର ହୋଇଥିଲେ। ନୟାଗଡ଼ ରେଳ ଷ୍ଟେସନରେ ସୁରକ୍ଷା କର୍ମୀ ରହୁନଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.