ରାଜ୍ୟରେ ଆଜି ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଗଲା ୨ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୨ହଜାର ମୁହାଁ କରୋନା ସଂକ୍ରମଣ। ଗତ ୨୪ଘଣ୍ଟାରେ ଆଉ ୧୭୪୧ ନୂଆ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୬୮ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରେ ୨୦୪ ନୂଆ କେସ୍‌ ରହିଛି। ବାଲେଶ୍ୱରରେ ଦୈନିକ ସଂକ୍ରମଣରେ ସବୁଠୁ ବଡ ଲମ୍ଫ ମାରିଛି କରୋନା।

ଗତକାଲି ୩୩ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଜି ୧୫୮ ନୂଆ କେସ୍‌ ରହିଛି। ସମ୍ବଲପୁର ୧୨୧, କଳାହାଣ୍ଡିରୁ ୧୧୪, ବରଗଡ଼ରୁ ୯୭ ଓ ନୂଆପଡ଼ାରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ରହିଛି ୯୬। ସେହିପରି ବଲାଙ୍ଗିରରୁ ୯୩, ନବରଙ୍ଗପୁରରୁ ୮୦ ଓ କଟକରୁ ୫୮ ଜଣ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ଟିଭ୍‌ କେସ୍‌ ୯ହଜାର ୨୫୯ ରହିଥିବାବେଳେ ମୋଟ ପଜିଟିଭ୍‌ ୩ଲକ୍ଷ ୫୧ହଜାର ୩୦୨ ରହିଛି।

ଅନ୍ଯପଟେ ଆଜି ରାଜ୍ଯରେ ଗଲା ୨ ଜଣଙ୍କ ଜୀବନ ନେଇଛି କରୋନା ଭାଇରସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.