ଆଜି ଆଇପିଏଲ୍‌ର ଚତୁର୍ଥ ଦିନରେ: ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌

କେନ୍ଯୁଜ୍ : ଆଜି ଆଇପିଏଲ୍‌ରେ ରାଜସ୍ଥାନ ରୟାଲ୍ସ ଓ ପଞ୍ଜାବ କିଙ୍ଗସ୍‌ ମୁକାବିଲା । ଆଇପିଏଲ୍‌ର ଚତୁର୍ଥ ଦିନରେ ଦୁଇ ଦଳ ମୁହାଁମୁହିଁ ହେବେ । ମ୍ୟାଚ୍‌ ପୂର୍ବରୁ ଦୁଇ ଦଳ ଜୋରଦାର ଅଭ୍ୟାସ କରିଛନ୍ତି । ଗତ ସିଜିନ୍‌ର ପରାଜୟକୁ ଭୁଲିନଥିବା ପଞ୍ଜାବ ଏଥର ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି । ଉଭୟ ଦଳରେ ଏକାଧିକ ବିସ୍ଫୋରକ ବ୍ୟାଟ୍‌ସମ୍ୟାନ୍‌ ଅଛନ୍ତି ।

ତେଣୁ ଆଜିର ମ୍ୟାଚ୍‌ରେ ଚୌକା ଛକ୍କାର ବର୍ଷା ହୋଇପାରେ । ପଞ୍ଜାବରେ ଲୋକେଶ ରାହୁଲ, ମୟଙ୍କ ଅଗ୍ରଓ୍ଵାଲ, କ୍ରିସ୍‌ ଗେଲ, ନିକୋଲାସ୍‌ ପୂରନଙ୍କ ଭଳି ଖେଳାଳି ରହିଛନ୍ତି । ସେହିପରି ରାଜସ୍ଥାନରେ ସଞ୍ଜୁ ସାମ୍‌ସନ୍‌, ବେନ୍‌ ଷ୍ଟୋକ୍ସ, ଜୋସ୍‌ ବଟଲରଙ୍କ ପରି ଖେଳାଳି ବିରାଟ ସଟ୍‌ ଲଗାଇବାରେ ମାହିର । ସେହିପରି ଉଭୟ ଦଳର ଅଧିନାୟକ ଓ୍ଵିକେଟ୍‌ କିପର । ରାହୁଲ ପଞ୍ଜାବର ନେତୃତ୍ୱ ନେଉଥିବା ବେଳେ ରାଜସ୍ଥାନର ଅଧିନାୟକ ଅଛନ୍ତି ସାମସନ୍‌ । ଉଭୟ ଦକ୍ଷ ବ୍ୟାଟ୍‌ସମ୍ୟାନ୍‌ ଓ ଓ୍ଵିକେଟ୍‌ କିପର । ତେଣୁ ଆଜିର ମ୍ୟାଚ୍‌ରେ ଉଭୟଙ୍କ ରଣନୀତିକୁ ନେଇ ପ୍ରତିଦ୍ୱନ୍ଦିତା ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.