ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ: ଠିକା ସଂସ୍ଥା କାର୍ଯ୍ୟାଳୟରେ ଭିଜିଲନ୍ସ ରେଡ଼୍

ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହେ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷାରପାତ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ): ଅନୁସୂଚିତ ଜାତି ଛାତ୍ରାବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଅଭିଯୋଗରେ ଭୁବନେଶ୍ୱର ନୟାପଲ୍ଲୀ N1/ 157 ରେ ରେଡ଼ । ହିନ୍ଦୁସ୍ଥାନ ଷ୍ଟିଲ କଂଷ୍ଟ୍ରକ୍ସନ ୱାର୍କସ ଲିମିଟେଡ଼ ଅଫିସରେ ବି ଭିଜିଲାନ୍ସ ଚଢ଼ାଉ । କମ୍ପାନୀର ଦୁଇ ଜଣ ସାଇଟ ଇଂଜିନିୟର ଙ୍କୁ ଅଟକ ରଖି ପଚରା ଉଚରା କରୁଛି ଭିଜିଲାନ୍ସ । ଖୁବଶୀଘ୍ର ସେମାଙ୍କୁ କଟକ ଭିଜିଲାନ୍ସ ସେଲକୁ ନିଆଯିବ । ପୂର୍ବରୁ ମାମଲାରେ ସ୍ପେସାଲ୍ କ୍ଲାସ୍ କଣ୍ଟ୍ରାକ୍ଟର ବିଜୟ କୁମାର ଅଗ୍ରୱାଲ ଏବଂ ତାଙ୍କ ପାୱାର ଅଫ୍ ଆଟର୍ଣ୍ଣି ହୋଲ୍ଡର ଦୀପକ କୁମାର ଅଗ୍ରୱାଲ ଓଡ଼ିଶା ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି। ସୋନପୁର ଜିଲ୍ଲାର ଅନୁସୂଚିତ ଜାତି ଛାତ୍ରଛାତ୍ରୀମାନଙ୍କ ପାଇଁ ୪ଟି ଶହେ ସିଟ୍ ବିଶିଷ୍ଟ ହଷ୍ଟେଲର ନିର୍ମାଣରେ ଅର୍ଥ ତୋଷାରପାତ ନେଇ ଅଭିଯୋଗ ହେବା ପରେ ଭିଜିଲାନ୍ସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଭଲ ଜିନିଷ ଲଗେଇବା ବଦଳରେ ଚାଲୁ ଜିନିଷ ବ୍ୟବହାର କରାଯାଇଛି।

ବ୍ରାଣ୍ଡେଡ ଓ ଦାମୀ କମ୍ପାନିର ଉପକରଣ ବ୍ୟବହାର ପାଇଁ ନିର୍ଦେଶ ଥିବା ବେଳେ ନିମ୍ନ ମାନର ସାମଗ୍ରୀ ବ୍ୟବହାର କରିଛନ୍ତି କଣ୍ଟ୍ରାକ୍ଟର। ଭିଜିଲାନ୍ସ ଏ ମାମଲାର ତଦନ୍ତ କରୁଥିବା ଶୁଣି କଣ୍ଟ୍ରାକ୍ଟର ବିଜୟ ଅଗ୍ରୱାଲ ଓ ଦୀପକ ଅଗ୍ରୱାଲ ଫେରାର ହୋଇଯାଇଥିଲେ। ଅନୁସୂଚିତ ଜାତି ଛାତ୍ରନିବାସ ନିର୍ମାଣରେ ବ୍ୟାପକ ଅନିୟମିତତା କରି ଟଙ୍କା ହଡ଼ପ କରିଥିବା ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ଗତ ୫ ତାରିଖରେ ସମ୍ବଲପୁର ଭିଜିଲାନ୍ସ ଏସପିଙ୍କୁ ପତ୍ର ଲେଖିଥିଲେ। ଏନେଇ ଭିଜିଲାନ୍ସ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା। ସୋନପୁର ଭିଜିଲାନ୍ସ ଟିମ ଏବଂ କଟକ ଭିଜିଲାନ୍ସ ବିଭାଗର ବୈଷୟିକ ଟିମ୍ ଏହାର ତଦନ୍ତ ଆରମ୍ଭ କରିଥିଲେ। ସେମାନେ ମକୁନ୍ଦପୁର ଗ୍ରାମକୁ ଯାଇ ଛାତ୍ରୀନିବାସ ଅନୁଧ୍ୟାନ କରିବା ସହ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.