ନକଲି ସାର୍ଟିଫିକେଟ୍ ମାମଲା: କ୍ରାଇମବ୍ରାଞ୍ଚର ତନାଘନା ଜାରି, ୨ ମାଷ୍ଟରମାଇଣ୍ଡ ମନୋଜ ଓ ଆଲୋକଙ୍କ ପତ୍ନୀଙ୍କୁ ମାରାଥନ ଜେରା

ଗୋଟିଏ ସପ୍ତାହ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଦୁଇ ପର୍ଯ୍ଯାୟରେ ବଲାଙ୍ଗିର ଟାଉନ ଥାନାରେ ଜାଲ ସାର୍ଟିଫିକେଟର ମୁଖ୍ଯ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ପୂଜା ମିଶ୍ର ଓ ଅନ୍ଯତମ ଅଭିଯୁକ୍ତ ଆଲୋକ ଉଦ୍ଗାଥାଙ୍କ ସ୍ତ୍ରୀ ସୋନିଆ ଉଦ୍ଗାଥାଙ୍କୁ ପଚରାଉଚୁରା କରିଥିଲେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ ।

ବଲାଙ୍ଗିର (କେନ୍ୟୁଜ): ବଲାଙ୍ଗିର ଜାଲ ସାର୍ଟିଫିକେଟ ଘଟଣା । ଗୋଟିଏ ସପ୍ତାହ ହେବ ବଲାଙ୍ଗିରରେ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ । ଗତକାଲି ଦୁଇ ପର୍ଯ୍ଯାୟରେ ବଲାଙ୍ଗିର ଟାଉନ ଥାନାରେ ଜାଲ ସାର୍ଟିଫିକେଟର ମୁଖ୍ଯ ଅଭିଯୁକ୍ତ ମନୋଜ ମିଶ୍ରଙ୍କ ସ୍ତ୍ରୀ ପୂଜା ମିଶ୍ର ଓ ଅନ୍ଯତମ ଅଭିଯୁକ୍ତ ଆଲୋକ ଉଦ୍ଗାଥାଙ୍କ ସ୍ତ୍ରୀ ସୋନିଆ ଉଦ୍ଗାଥାଙ୍କୁ ପଚରାଉଚୁରା କରିଥିଲେ କ୍ରାଇମବ୍ରାଞ୍ଚର ମହିଳା ଅଧିକାରୀ । ଉଭୟଙ୍କୁ ଅର୍ଥନୈତିକ କାରବାର ବିଷୟରେ ପଚାରିଥିବା ଜଣାପଡିଛି । ଏହି ଘଟଣାରେ ଅନେକ ନୂଆଁ ନୂଆଁ ତଥ୍ଯ ପାଇଛି କ୍ରାଇମବ୍ରାଞ୍ଚ । ଏବେ ତଦନ୍ତ ଜାରି ରହିଥିବାରୁ ଅଧିକ ତଥ୍ଯ ଦେବାକୁ ମନା କରିଛନ୍ତି ।

ଗିରଫଦାରୀ ସଂଖ୍ଯା ବଢିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ Dsp ଦେବବ୍ରତ ଚକ୍ର । ଜାଲ ସାର୍ଟିଫିକେଟ ଘଟଣାର ମାଷ୍ଟର ମାଇଣ୍ଡ ମନୋଜ ମିଶ୍ର , ଆଲୋକ ଉଦ୍ଗାତ , ତ୍ରିବିହାରି ପଣ୍ଡା ଓ ପରେସ ବୁଡେକକୁ ରିମାଣ୍ଡ ରେ ଆଣି ନକଲି ସାର୍ଟିଫିକେଟର ଅସଲି ତଥ୍ଯ ଖୋଜିଛି କ୍ରାଇମବ୍ରାଞ୍ଚ ଟିମ । କ୍ରାଇମବ୍ରାଞ୍ଚ IG ଅମତେନ୍ଦ୍ର ନାଥ ସିହ୍ନା ରିମାଣ୍ଡରେ ଆସିଥିବା ଅଭିଯୁକ୍ତଙ୍କୁ ଗୋଡ଼ାଇ ତୋଡ଼ାଇ ପ୍ରଶ୍ନ କରିଛନ୍ତି । ମନୋଜଙ୍କ କୋଚିଂ ସେଣ୍ଟରରୁ ଜବତ ହାର୍ଡଡିସ , ଲାପଟପରୁ ମିଳିଥିବା ତଥ୍ଯକୁ ନେଇ ମନୋଜଙ୍କୁ ପ୍ରଶ୍ନ କରାଯାଇଛି । କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା ଜାଲ ସାର୍ଟିଫିକେଟ ଘଟଣା ର ତଦନ୍ତ ପାଇଁ ରିଲାଏନ୍ସ ଏଜୁକେସନ କମ୍ପ୍ଲେକ୍ସ ରେ ପହଂଚି ତଦନ୍ତ କରିଛନ୍ତି । ଏହି ଘଟଣାରେ ବଲାଙ୍ଗିର ପୋଲିସ ୧୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଡାକ ଭିଭାଗରେ ନକଲି ଶିକ୍ଷାଗତ ପ୍ରମାଣ ପତ୍ର ରେ ଚାକିରୀ ଆବେଦନ କରିବା ପରେ ଘଟଣା ପଦାକୁ ଆସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.