କୋଲକାତାରେ କେକେଆର୍‌ ବିଜୟୀ: ଘାତକ ବୋଲିଂରେ ଘାଇଲା ହେଲା ଆର୍‌ସିବି

ଆରସିବିକୁ ୮୧ ରନ୍‌ରେ ହରାଇଲା କେକେଆର । କୋଲକାତା ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ୨୦୨୩ ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରି ବୃହତ୍ତ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର।

ଆରସିବିକୁ ୮୧ ରନ୍‌ରେ ହରାଇଲା କେକେଆର । କୋଲକାତା ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ୨୦୨୩ ନବମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସକୁ ପରାସ୍ତ କରି ବୃହତ୍ତ ବିଜୟ ହାସଲ କରିଛି କୋଲକାତା ନାଇଟ ରାଇଡର। ହୋମଗ୍ରାଉଣ୍ଡରେ ୨୦୧୯ ପରଠାରୁ ପ୍ରଥମ ଥର ବିଜୟ ହାସଲ କରିଛି ଟିମ୍‌ । ଶାର୍ଦ୍ଦୁଳ ଠାକୁରଙ୍କ ଅଲରାଉଣ୍ଡ ସଫଳତା ଓ ରହମାନଲ୍ଲା ଗୁରବାଜଙ୍କ ଚମତ୍କାର ଅର୍ଦ୍ଦଶତକ ବଳରେ ଟିମ ୮୧ ରନରେ ମ୍ୟାଚକୁ ଜିତି ନେଇଛି ।

ନାଇଟ ରାଇଡରର ପ୍ରଥମ ବିଜୟରେ କୋଲକାତାରେ ଖୁସିର ମାହୋଲ । ନାଇଟ ରାଇଡରର କୋ ଓନର ତଥା ସୁପରଷ୍ଟାର ଶାହାରୁଖ ଖାନ ଫ୍ୟାନଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି କୋ ଓନର ଓ ଅଭିନେତ୍ରୀ ଜୁହି ଚାଓ୍ଵଲା ଟିମ୍‌ ପ୍ରଦର୍ଶନରେ ବେଶ ଖୁସି ଥିବା କହିଛନ୍ତି । ଇଡେନ ଗାର୍ଡେନର ସବୁ ସିଟ୍‌ ଫୁଲ୍‌ ଥିଲା । ସବୁ ମ୍ୟାଚ୍ଚ ଏପରି ଟିମ୍‌ ଜିତୁ ବୋଲି ପ୍ରାର୍ଥନା କରୁଛି କହିଛନ୍ତି ଜୁହି । ସେହିପରି ଗାୟକ ତଥା ରାଜନେତା ବାବୁଲ ସୁପ୍ରିୟୋ ଖୁସିରେ ବଙ୍ଗଳା ଗୀତ ଗାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.