ନୀଳଗିରି ପୋଲିସ କବଜାରେ ଜାଲନୋଟ ରାକେଟ, ଦୁଇ ଅଭିଯୁକ୍ତ ଗିରଫ

ଜାଲ ନୋଟ ଥିବା ଜାଣିବା ପରେ ଫେରାଇ ଦେଇଥିଲେ ବ୍ୟାଙ୍କ କର୍ମଚାରୀ । ପରେ ଜାଲ ନୋଟରେ ମଦ କାଉଣ୍ଟରରୁ ୩୦୦୦ ଟଙ୍କାରେ ମଦ କିଣିଥିଲେ । ପରେ କାଉଣ୍ଟର ମାଲିକଙ୍କର ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ।

ନୀଳଗିରି(କେନ୍ୟୁଜ୍): ବଜାରରେ ବୁଲୁଛି ନକଲି ନୋଟ । ନୀଳଗିରି ପୋଲିସ କବଜାରେ ଜାଲନୋଟ ରାକେଟ । ଦୁଇ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ । ମୋଟ ୩୨ ହଜାର ୭୦୦ ଟଙ୍କାର ନକଲି ନୋଟ ଜବତ ହୋଇଛି । ସେଥିରେ ୩୮ ଖଣ୍ଡ ୫ଶହ ଟଙ୍କିଆ, ୪୫ ଖଣ୍ଡ ୨ଶହ ଟଙ୍କିଆ, ୪୭ ଖଣ୍ଡ ଶହେ ଟଙ୍କିଆ ନୋଟ ରହିଛି। ଗିରଫ ଦୁଇ ଯୁବକ ହେଲେ ନୀଳଗିରି ସନ୍ତରାଗଡିଆର ପୂର୍ଣ୍ଣଚନ୍ଦ୍ର ନାୟକ ଓ ଖଇରା ଅଞ୍ଚଳର ବୀଣାପାଣି ମୁଖୀ ।

ଗତ ମଙ୍ଗଳବାର ପୂର୍ଣ୍ଣଚନ୍ଦ୍ର ବ୍ୟାଙ୍କ ଅଫ୍ ବରୋଦା କିଓସ୍କ ଶାଖାରେ ୩୦ ହଜାର ଟଙ୍କା ଜମା କରିବାକୁ ଯାଇଥିଲେ । ଜାଲ ନୋଟ ଥିବା ଜାଣିବା ପରେ ଫେରାଇ ଦେଇଥିଲେ ବ୍ୟାଙ୍କ କର୍ମଚାରୀ । ପରେ ଜାଲ ନୋଟରେ ମଦ କାଉଣ୍ଟରରୁ ୩୦୦୦ ଟଙ୍କାରେ ମଦ କିଣିଥିଲେ । ପରେ କାଉଣ୍ଟର ମାଲିକଙ୍କର ସନ୍ଦେହ ହେବାରୁ ପୋଲିସକୁ ଖବର ଦେଇଥିଲେ। ପରେ ପରିବା ଦୋକାନ ଓ ମାଛ ଦୋକାନରେ ମଧ୍ୟ ଜାଲ ନୋଟ ଦେଇଥିଲେ । ପୋଲିସ ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଥିବା ବାଲେଶ୍ବର ଏସପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.