ଏମିତି ମଣିଷଟିଏ ଥିଲେ ନିଶିରଞ୍ଜନ, ଅନ୍ୟର ଦୁଃଖ ଦେଖି ଯାହାଙ୍କ ହୃଦୟ କାନ୍ଦିଉଠେ

ଆମ ମାନଙ୍କ ମନରେ ଛାପ ଛାଡି ସବୁଦିନ ପାଇଁ ସ୍ମୃତିରେ ରହିବା ଭଳି ଜଣେ ପ୍ରତିଭାନ ଯୁବକ ହେଉଛନ୍ତି ନିଶିରଞ୍ଜନ କର। ଘର କାକଟପୁର ଅଞ୍ଚଳରେ । ଛୁଆଟି ବେଳୁ ବାପା ମାଆଙ୍କୁ ହରାଇଥିଲେ ।

ଭୁବନେଶ୍ୱର(କେନ୍ୟୁଜ୍): ଜଣେ ବୟସ୍କ ମହିଳା । ଯିଏ ଅନ୍ୟ ମାନଙ୍କ ଗହଣରେ ଠିଆ ହୋଇ ଗୋଟିଏ ଫଟୋରେ ଫୁଲଦେଇ ସ୍ମୃତି ଚାରଣ କରୁଥାନ୍ତି। ଆଉ ତାଙ୍କ ଆଖିରୁ ଧାର ଧାର ଝରି ପଡୁଥାଏ ଲୁହ। ଶୋକାକୂଳ ପରିବେଶ ଥାଏ ନାଗେଶ୍ୱର ଟାଙ୍ଗୀ ମନ୍ଦିର ପ୍ରାଙ୍ଗଣଟି । କାହିଁକି ନା କଳାକାର, କୋରିଓଗ୍ରାଫର ତଥା ନିର୍ଦେଶକ ନିଶିରଞ୍ଜନ କର ସମସ୍ତଙ୍କୁ ଛାଡି ଚାଲିଯାଇଥାନ୍ତି ଆରପାରିକୁ।

ତେବେ କଳାକାରଟିଏ ଏସମାଜରେ ନିଜ କଳା ପାଇଁ ପରିଚୟ ପାଇଥାଏ । ସେହି କଳା ପ୍ରଦର୍ଶନରେ ସମସ୍ତଙ୍କ ମନର ଦୁଃଖ କଷ୍ଟ ଲାଘବ ହୁଏ । ହେଲେ କଳାକାର ଟିଏ ଯେତେବେଳେ ଆମ ଗହଣରୁ ଆରପାରିକୁ ଚାଲିଯାଏ ଆମ ଭିତରେ ତାର କିଛି ଛାପ ଛାଡ଼ିଯାଏ । ଆମ ମନର ଏନ୍ତୁଡ଼ି ଶାଳରେ ସ୍ମୃତିର ନିଆଁ ସବୁବେଳେ ଜଳୁଥାଏ କଳାକାର କଳା ପାଇଁ । ତେବେ ଆମ ମାନଙ୍କ ମନରେ ଛାପ ଛାଡି ସବୁଦିନ ପାଇଁ ସ୍ମୃତିରେ ରହିଥିବା ଜଣେ ପ୍ରତିଭାନ ଯୁବକ ହେଉଛନ୍ତି ନିଶିରଞ୍ଜନ କର। ଘର କାକଟପୁର ଅଞ୍ଚଳରେ । ଛୁଆଟି ବେଳୁ ବାପା ମାଆଙ୍କୁ ହରାଇଥିଲେ ।

ବଡ ନାନୀ ବଢ଼େଇ କୁଢେଇ ମଣିଷ କରିଥିଲେ । ସେ ଥିଲେ ଏକା ଧାରାରେ ଜଣେ କଳାକାର, କଣ୍ଠ ଶିଳ୍ପୀ, କୋରିଓଗ୍ରାଫର, ସିନେମା ନିର୍ଦେଶକ,ଖବର ବାହକ, ଏବଂ ଅନେକ ପ୍ରତିଭା ସମ୍ପୂର୍ଣ ବ୍ୟକ୍ତିତ୍ୱ । ବିଗତ ଦିନରେ ସେ ତାଙ୍କ ଭିତରେ ଥିବା ପ୍ରତିଭାକୁ ସମସ୍ତଙ୍କ ସମ୍ମୁଖରେ ରଖିଥିଲେ ବିଭିନ୍ନ ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କର ଅବିକଳ ସ୍ୱର କରିପାରୁଥିଲେ । ଥରେ ଶୁଣନ୍ତୁ ତାଙ୍କ ଦ୍ବାରା ସ୍ବର୍ଗତ ରାଇମୋହନ ଓ ମିହିର ଦାସଙ୍କ କଣ୍ଠ ସ୍ୱରର ଅବିକଳ ନକଲ

ତେବେ ଆପଣମାନେ କୁହନ୍ତୁ ଏତେ କିଛି ପ୍ରତିଭା ଥିବା ଯୁବକ ନିଶି କର ହଠାତ ସେଦିନ ଅଜଣା ଗାଡି ଧକ୍କାରେ ଚାଲିଯିବାଟା ତାଙ୍କ ପ୍ରିୟଜନମାନଙ୍କୁ କେତେ କଷ୍ଟ ଦେଇଥିବ। କଳାକାରଟିର ଉନ୍ନତି ପାଇଁ ଯାହା ହୃଦୟ ସବୁବେଳେ କାନ୍ଦେ ସେଭଳି ନିର୍ଦେଶକ ଜଣଙ୍କର ସ୍ମୃତିଚାରଣ ପାଇଁ ତାଙ୍କୁ ଭଲ ପାଉଥିବା କିଛି କଳାକାର ଅଭିନେତା, ନିର୍ଦେଶକ ଏକତ୍ରିତ ହୋଇଥିଲେ ନାଗେଶ୍ୱର ଟାଙ୍ଗୀ ମନ୍ଦିର ପ୍ରାଙ୍ଗଣରେ । ଆଉ କହିଥିଲେ ନିଶିରଞ୍ଜନଙ୍କ ଜୀବନ ବିଷୟରେ କେଇ ପଦ କଥା । ତେବେ ଅନ୍ୟ ମାନଙ୍କ ପାଇଁ ଯାହାଙ୍କ ହୃଦୟ ସବୁବେଳେ କାନ୍ଦେ, ସେଭଳି ସୁନ୍ଦର ପ୍ରତିଭା ସମ୍ପନ୍ନ ମଣିଷଟିଏ ଥିଲେ ନିଶିରଞ୍ଜନ କର । ଯିଏ ଆମ ମାନଙ୍କ ମନରେ ସବୁଦିନ ପାଇଁ ରହିବେ ।