ଯୋଗ୍ୟତା ନାହିଁ କିନ୍ତୁ ୨୫ ବର୍ଷ ଧରି ରୋଗୀ ସେବା କରୁଥିଲେ ନକଲି ଡାକ୍ତର, ଧରା ପଡି ଗଲେ ଜେଲ୍

ଭଞ୍ଜନଗର(କେନ୍ୟୁଜ୍): ୨୫ ବର୍ଷ ଧରି ନକଲି ଡାକ୍ତର କରୁଥିଲେ ରୋଗୀ ସେବା। ଜଣା ପଡିବା ପରେ ବାନ୍ଧିଲା ପୋଲିସ। ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାର ବୁଗୁଡା ଥାନା ଅଧିନସ୍ଥ ବାଲିପଦର ଫାଣ୍ଡି ଅଧିନସ୍ଥ କଲମ୍ବ ଗାଁରେ।କଲମ୍ବ ଗାଁ ଛକରେ ଦର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ବେଆଇନ ଭାବେ “ପୂଜା କ୍ଲିନିକ” ନାମରେ ଚିକିତ୍ସା କରିଆସୁଥିଲେ ଏହି ନକଲି ଡାକ୍ତର ଜଣକ।

ଆଜି ବାଲିପଦର ଫାଣ୍ଡି ପୋଲିସ ଗିରଫ କରି ତାଙ୍କୁ କୋର୍ଟ ଚାଲାଣ କରିଛି  । ପଶ୍ଚିମବଙ୍ଗର ନଦିଆ ଜିଲ୍ଲା ଅନ୍ତର୍ଗତ ଚକଦ୍ଧା ଥାନା, ସିମୁରାଲି ଗ୍ରାମର ଦିଲ୍ଲୀପ ବିଶ୍ୱାସ । ନିଜକୁ ଜଣେ ଡାକ୍ତର ବୋଲି ପରିଚୟ ଦେଇ “ପୂଜା କ୍ଲିନିକ” ନାମରେ ଏକ ଘରୋଇ ଚିକିତ୍ସାଳୟ ମାଧ୍ୟମରେ  ଚିକିତ୍ସା କରି ଆସୁଥିଲେ।

ଏହି ଅଞ୍ଚଳରେ ନକଲି ଡାକ୍ତର ଦିଲ୍ଲୀପ ବିଶ୍ବାସ “ବଙ୍ଗାଳି” ଡାକ୍ତର ଭାବେ ପରିଚିତ ଥିଲେ। ହେଲେ ଦିଲ୍ଲୀପ ବିଶ୍ୱାସଙ୍କ ଡାକ୍ତରୀ ଯୋଗ୍ୟତା ନାହିଁ କି  କ୍ଲିନିକ କରିବା ପାଇଁ କୌଣସି ରେଜିଷ୍ଟ୍ରେସନ ନମ୍ବର ନାହିଁ।  ବେଆଇନ ଭାବେ ନିଜକୁ ଡାକ୍ତର ପରିଚୟ ଦେଇ ଜନସାଧାରଣଙ୍କ ଜୀବନ ସହ ଖେଳ ଖେଳୁଥିଲେ। ଏହା ଜାଣିବା ପରେ ବାଲିପଦର ଫାଣ୍ଡି ଓଆଇସି ଶ୍ରୀ ପ୍ରଧାନ  , “ପୂଜା କ୍ଲିନିକ” ଉପରେ ଚଢ଼ାଉ କରି  ତଦନ୍ତ କରିବା ପରେ ଦିଲ୍ଲୀପ ବିଶ୍ବାସଙ୍କ ଡାକ୍ତରୀ ଯୋଗ୍ୟତା ନଥିବା ଜାଣିପାରିଥିଲେ। ସେ ଜଣେ ନକଲି ଡାକ୍ତର ବୋଲି ଜଣାପଡିବା  ପରେ ଓ କ୍ଲିନିକ ଖୋଲିବା ପାଇଁ ପ୍ରମାଣ ପତ୍ର ନଥିବା ଯୋଗୁଁ ଦିଲ୍ଲୀପ ବିଶ୍ବାସଙ୍କୁ ଗିରଫ କରି ବୁଗୁଡା ଥାନା କେସ ନଂ ୬୨୦/୨୧ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.