ନକଲି ଡାକ୍ତର ଗିରଫ, ମିଛ କହି ଔଷଧ ଦୋକାନରେ ଚିକିତ୍ସା କରୁଥିଲେ

ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନ ରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ  l

ବ୍ରହ୍ମପୁର : ଗଞ୍ଜାମଜିଲ୍ଲା ଦିଗପହଣ୍ଡି ଥାନା ଡ଼େଙ୍ଗାଉସ୍ତା ନିକଟସ୍ଥ ସିଙ୍ଗପୁର ରୋଡ଼ରେ ଥିବା ଏକ ଔଷଧ ଦୋକାନ ରୁ ଜଣେ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୋଲିସ  l  ଏକ ଔଷଧ ଦୋକାନକୁ ନକଲି ଡାକ୍ତର ଜଣକ ଦୀର୍ଘ ଦିନ ହେଲା ସପ୍ତାହକୁ ଦୁଇ / ଚାରି ଦିନ ଆସି ରୋଗୀ ଚିକିତ୍ସା କରିଆସୁଥିଲେ l

ସେହି ଅଞ୍ଚଳର ଜଣେ ରୋଗୀ ପରିବାରର ଜଣକୁ ଆଣି ଚିକିତ୍ସା କରିବା ପରେ ସେ ଗୁରୁତର ହେବାରୁ ପୋଲିସ ନିକଟରେ ଅଭିଯୋଗ ହେବା ପରେ ବ୍ରହ୍ମପୁର ଏସ, ପି ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l

ଏହାପରେ ପୋଲିସ ଔଷଧ ଦୋକାନରେ ଚଢ଼ାଉ କରି କାଗଜ ପତ୍ର ଯାଞ୍ଚ କରି ନକଲି ଡାକ୍ତର ଜଣକ ମିଛ କହି ଔଷଧ ଦୋକାନରେ ଡାକ୍ତର ପରିଚୟ ଦେଇ ଚିକିତ୍ସା କରୁଥିବା ଜାଣିବା ପରେ ଗିରଫ କରିଛି ପୋଲିସ l ଗିରଫ ନକଲି ଡାକ୍ତର ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସଣ୍ଡା ଗାଁ ର ଶୁଭ୍ରଜିତ ପଣ୍ଡା ବୋଲି ପୋଲିସ ଜାଣିବାକୁ ପାଇଛି  l ପୋଲିସ ଏହାର ଅଧିକ ଖୋଳତାଡ଼ ସହ  ଚେର କେଉଁ ଯାଏଁ ଲମ୍ବିଛି ତଦନ୍ତ ଚଳାଇଛି  l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.