ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ ୪୦୦ ପଦବୀ ଖାଲି, ତୁରନ୍ତ କରନ୍ତୁ ଆବେଦନ

ବ୍ୟାଚଲର ଡିଗ୍ରୀ କରିଥିଲେ ତୁରନ୍ତ ବ୍ୟାଙ୍କ ଅଫ ମହାରାଷ୍ଟ୍ରରେ କରନ୍ତୁ ଆବେଦନ । ୪୦୦ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୨୫ ଜୁଲାଇ ଆବେଦନ କରିବାର ଶେଷ ତାରିଖ ରହିଛି ।

ବ୍ୟାଙ୍କରେ ଚାକରି ଖୋଜୁଥିଲେ ଆପଣଙ୍କ ପାଇଁ ସବୁର୍ଣ୍ଣ ସୁଯୋଗ । ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରରେ ବାହାରିଲା ନିଯୁକ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ସ୍କେଲ ୨ ଓ ସ୍କେଲ ୩ର ୪୦୦ ଅଫିସର ପଦବୀ ପୂରଣ ପାଇଁ ନିଯୁକ୍ତି ବିଜ୍ଞପ୍ତି ବାହାରିଛି। ଇଚ୍ଛୁକ ତଥା ଯୋଗ୍ୟ ପ୍ରାର୍ଥୀ ଏହାର ଅଫିସିଆଲ ୱେବସାଇଟ୍‌ bankofmaharashtra.in. କୁ ଯାଇ ଆବେଦନ୍ କରିପାରିବେ । ଆବେଦନ କରିବାର ଶେଷ ତାରିଖ ଜୁଲାଇ ୨୫ ରହିଛି ।

ପଦବୀ ବିବରଣୀ:

ସ୍କେଲ ୩ ଅଫିସର-୧୦୦
ସ୍କେଲ ୨ ଅଫିସର-୩୦୦

ଜରୁରୀ ତାରିଖ : ଆବେଦନ ପାଇଁ ତାରିଖ ୧୩ ଜୁଲାଇରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ୨୫ ଜୁଲାଇ ରହିଛି ।

ଶିକ୍ଷାଗତ ଯୋଗ୍ୟତା:
ଆବେଦନକାରୀଙ୍କ ପାଖରେ ଯେକୌଣସି ବ୍ୟାଚଲର ଡିଗ୍ରୀ ରହିଥିବା ଜରୁରୀ । କଲେଜ କିମ୍ବା ୟୁନିଭର୍ସିଟିରେ ତାଙ୍କର ପ୍ରତ୍ୟେକ ସେମିଷ୍ଟରରେ ଏଗ୍ରୀଗେଟ୍ ମାର୍କ ଅନ୍ୟୁନ ୬୦ ପ୍ରତିଶତ ରଖିଥିବା ଜରୁରୀ।

ବୟସ ସୀମା : ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୫ ରୁ ୩୮ ବର୍ଷ ହୋଇଥିବା ଜରୁରୀ । ସଂରକ୍ଷିତ ପ୍ରାର୍ଥୀଙ୍କୁ ବୟସ ସୀମାରେ ଛୁଟ୍‌ ମିଳିବ ।

ନିଯୁକ୍ତି ପ୍ରକ୍ରିୟା ବାବଦରେ ଅଧିକ ଜାଣିବାକୁ ଇଚ୍ଛା ଥିଲେ ଆବେଦନକାରୀ ଏହାର ଅଫିସିଆଲ ୱେବସାଇଟକୁ ଯାଇ ଜାଣିପାରିବେ ।

ଚୟନ ପ୍ରକ୍ରିୟା:

ଅନଲାଇନ୍ ମାଧ୍ୟମରେ ଏହାର ପରୀକ୍ଷା କରାଯିବ । ସେହି ରେଜଲ୍ଟ ଆଧାରରେ ପ୍ରାର୍ଥୀ ଚୟନ କରାଯିବ । ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ପ୍ରାର୍ଥୀଙ୍କୁ ର୍ୟାଙ୍କ ଅନୁଯାୟୀ ଇଣ୍ଟରଭ୍ୟୁ ପାଇଁ ଡକାଯିବ ।

କେମିତି କରିବେ ଆବେଦନ :

ଆବେଦନ କରିବା ପାଇଁ ପ୍ରଥମେ ଅଫିସିଆଲ ୱେବସାଇଟ୍‌କୁ ଯାଆନ୍ତୁ ।
ଏହାପରେ ହୋମ ପେଜରେ ସମ୍ବନ୍ଧୀୟ ଲିଙ୍କରେ କ୍ଲିକ୍‌ କରନ୍ତୁ ।
ତା’ପରେ ସମସ୍ତ ଦସ୍ତାବିଜ ଭରିବା ପରେ ଆବେଦନ ଶୁଳ୍କ ଜମା କରନ୍ତୁ ।
ପରେ ଫର୍ମ ସବମିଟ୍‌ କରିବା ପରେ ଏକ କପି କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://sscnr.net.in/wp-content/uploads/2023/07/Bank-of-Maharashtra-Notification-PDF.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.