ନିଜକୁ ଡାକ୍ତର କହି ପ୍ରସୂତି ବିଭାଗର ବୁଲୁଥିଲେ ଯୁବକ, ଧରିଲା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ

ଭଦ୍ରକ (କେନ୍ୟୁଜ): ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଧରାପଡ଼ିଲା ନକଲି ଡାକ୍ତର । ସ୍ତ୍ରୀ ଓ ପ୍ରସୂତି ବିଭାଗର ୱାର୍ଡ ବୁଲିବାକୁ ଯାଇଥିବା ବେଳେ ନକଲି ଡାକ୍ତରଙ୍କୁ ଠାବ କଲେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ । ଭଦ୍ରକ ମୁଖ୍ୟ ଚିକିତ୍ସାଳୟର ପ୍ରସୂତି ବିଭାଗର ସିକ୍ୟୁରିଟି ଗାର୍ଡଙ୍କୁ ଜଣେ ଯୁବକ ନିଜକୁ ଡାକ୍ତର ପରିଚୟ ଦେଇଥିଲେ । ବେକରେ ଷ୍ଟ୍ରେଥୋ ପକାଇ ଥିବା ବେଳେ ଗାର୍ଡଙ୍କୁ ନୂଆ କରି ଜଏନ କରିଥିବାରୁ ଓଟି ଓ ୱାର୍ଡକୁ ଯିବା ପାଇଁ ରାସ୍ତା ପଚାରିଥିଲେ ।

ହେଲେ ମୁଖ୍ୟ ଚିକିତ୍ସାଧିକାରୀ ୱାର୍ଡରେ ବୁଲୁଥିବା ବେଳେ ସନ୍ଦେହ ହେବାରୁ ଉକ୍ତ ଯୁବକଙ୍କୁ ପରିଚୟ ପଚାରିଥିଲେ । ସଠିକ୍‌ ଉତ୍ତର ନ ମିଳିବାରୁ ମେଡିକାଲରେ ଥିବା ପୋଲିସ ସହାୟତା କେନ୍ଦ୍ରକୁ ଆଣି ପଚରାଉଚରା କରିବାରୁ ଯୁବକ ଜଣଙ୍କ ନକଲି ଡାକ୍ତର ବୋଲି ଜାଣିବାକୁ ପାଇଥିଲେ । ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ଭଦ୍ରକ ଟାଉନ ପୋଲିସ । ଯୁବକ ଜଣଙ୍କ ଯାଜପୁର ଜିଲ୍ଲାର ରାଜୀବ ବୋଲି ସୂଚନା ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.