ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା , ପୋଲିସ ଜାରି କଲା ଠକେଇ ପାଇଁ ପ୍ରସ୍ତୁତ ହୋଇଥିବା ଭିଡିଓ

ଭୁବନେଶ୍ୱର (କେନ୍ୟୁଜ): ରଙ୍ଗିଲା ନକଲି ଡାକ୍ତର ରମେଶ ସ୍ୱାଇଁର ଇମୋସନାଲ ଡ୍ରାମା। ମହିଳାଙ୍କୁ ପ୍ରେମ ଜାଲରେ ଫସାଇବାକୁ କରୁଥିଲା ଛଳନା। କେତେବେଳେ ଅସୁସ୍ଥତାର ବାହାନା କରି ସାଲାଇନ ଲଗାଇ ଫଟୋ ଉଠାଇ ମହିଳାଙ୍କୁ ପଠାଉଥିଲା ତ ଆଉ କେତେବେଳେ କାନ୍ଦିବାର ଭିଡିଓ ପଠାଉଥିଲା। ଆଉ ଏକ ଭିଡିଓରେ ରଥଯାତ୍ରା ବେଳେ ରଥ ଟାଣୁଥିବା ଦେଖାଯାଇଛି। ଏଭଳି ଅନେକ ଭିଡିଓ ଓ ଫଟୋ କମିସନରେଟ ପୋଲିସ ହାତରେ ଲାଗିଛି।

ଏହାକୁ ନେଇ ପୋଲିସ ତଦନ୍ତ କରିବ ବୋଲି ଜଣାପଡ଼ିଛି। ୫ଦିନିଆ ରିମାଣ୍ଡରେ ନେଇ ଠକାମୀର ଚେର ଖୋଜୁଛି ପୋଲିସ। ରମେଶର ଦ୍ୱିତୀୟ ପତ୍ନୀ, ଭିଣୋଇ ଓ ଡ୍ରାଇଭର ଏବେ ବି ଫେରାର ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.