Below header

ବନ୍ଧା ହେଲା ସାମ୍ବାଦିକ ୪୨୦, ଦାଦାବଟି ମାଗିବା ସହ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି କରୁଥିଲା ବ୍ଲାକମେଲ

କେନ୍ୟୁଜ୍(ବ୍ୟୁରୋ):  କିଛି ଦିନର ବ୍ୟବଧାନ ପରେ ପୁଣି ଅକ୍ଟିଭ ମୋଡରେ କମିଶନରେଟ ପୋଲିସ। ‘ଦାଦାବଟିକୁ ନା’ ଅଭିଯାନରେ ବନ୍ଧା ହେଲେ ଆଉ ଜଣେ ସାମ୍ବାଦିକ ୪୨୦।ଅଭିଯୁକ୍ତ ନକଲି ସାମ୍ବାଦିକ ସୌମ୍ୟରଞ୍ଜନ ସାମନ୍ତରାୟଙ୍କୁ ଗିରଫ କଲା ଖଣ୍ଡଗିରି ଥାନା ପୋଲିସ । ସୌମ୍ୟରଞ୍ଜନଙ୍କୁ ପୁରୀରୁ ଗିରଫ କରାଯାଇଛି । ଖଣ୍ଡଗିରି ଥାନା ପୋଲିସ ଅଟକ ରଖି ପଚରାଉଚରା କରୁଛି ।

ୱେବ ଚ୍ୟାନେଲ ଖୋଲି ଲୋକଙ୍କୁ ବ୍ଲାକମେଲ୍‌ କରୁଥିଲା । ନ୍ୟୁଜ୍‌ ଆଳରେ ଲୁଟୁଥିଲା ଲକ୍ଷାଧିକ ଟଙ୍କା । ନେତା, ବ୍ୟବସାୟୀ, ସାମ୍ବାଦିକ କାହାରିକୁ ଛାଡୁନଥିଲା । ବିଭିନ୍ନ ସ୍ଥାନରେ ଅଫିସ୍‌ ଖୋଲି ଟଙ୍କା ମାଗୁଥିଲା । ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି କରୁଥିଲା ବ୍ଲାକମେଲ । ଦୁର୍ନୀତି ଲାଇଭ୍‌ ନାଁରେ ଖୋଲିଥିଲା ୱେବ ଚ୍ୟାନେଲ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.