ଚମକଦାର ତ୍ୱଚା ପାଇଁ ରାତିରେ ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ଖାସ୍‌ ଟିପ୍ସ

ରାତିରେ ଶୋଇବା ପୂର୍ବରୁ ଚେହେରାର ଯତ୍ନ ନେବା ବହୁତ ଜରୁରୀ। କାରଣ, ଏହା ପ୍ରଭାବୀ ହୋଇଥାଏ। ଅନେକ ମହିଳା ଦିନସାରା ନିଜ ତ୍ୱଚାର ଯତ୍ନ ନେଇଥାଆନ୍ତି, କିନ୍ତୁ ରାତି ହେବା ମାତ୍ରେ ଏହାକୁ ଅଣଦେଖା କରନ୍ତି। ଯଦି ଆପଣ ରାତି ବି ଚେହେରାର ଯତ୍ନ ନେବେ, ତ ଏହା ପୂର୍ବାପେକ୍ଷା ଆହୁରି ଗ୍ଲୋ କରିବ ଏବଂ ଚେହେରାକୁ ଆରାମ ମିଳିବ। ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ ବିଷୟରେ କହିବୁ, ଯାହାକୁ ଶୋଇବା ପୂର୍ବରୁ ଆପଣାଇବା ଉଚିତ।

୧. ଗ୍ଲୋଇଙ୍ଗ୍‌ ସ୍କିନ୍‌ ଚାହୁଁଥିଲେ, ରାତିରେ ଶୋଇବା ପୂର୍ବରୁ ସଫା ପାଣିରେ ଚେହେରାକୁ ଧୁଅନ୍ତୁ। ଏହାଦ୍ୱାରା ସ୍କିନ୍‌ରୁ ମଇଳା ବାହାରିଯିବ।

୨. ରାତିରେ ହର୍ବାଲ ଫେସ୍‌ ମାସ୍କ ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କଲେ ସ୍କିନ୍‌କୁ ଜରୁରୀ ପୋଷକ ତତ୍ତ୍ୱ ପ୍ରାପ୍ତ ହୋଇଥାଏ। ଆପଣ ଖରାଦିନେ ଚେହେରାରେ ମୁଲତାନୀ ମାଟି, କାକୁଡ଼ି ଏବଂ ଚନ୍ଦନ ପାଉଡ଼ର ଲଗାଇ ପାରିବେ। ଏଗୁଡ଼ିକୁ ଲଗାଇଲେ ତ୍ୱଚା ମୁଲାୟମ ରହିଥାଏ।

skin

୩. ରାତିରେ ଶୋଇବା ପୂର୍ବରୁ ଆଖି ଆଖପାଖରେ କ୍ରିମ୍‌ ଲଗାଇବାକୁ ଭୁଲନ୍ତୁ ନାହିଁ। ଯଦି ଆଖି ତଳେ କଳା ଦାଗ ରହିଛି, ତା’ହେଲେ ଏହା କ୍ରିମ୍‌ ଲଗାଇଲେ ଦୂର ହୋଇଯାଇଥାଏ। ଆଖିରେ ଡ୍ରପ୍‌ ବି ପକାନ୍ତୁ। ଏମିତି କରିବାରେ ଆପଣଙ୍କ ଦିନସାରାର ଥକ୍କାପଣ ଦୂର ହୋଇଯିବ।

୪. ଶୋଇବା ପୂର୍ବରୁ ଫେସ୍‌ରେ ଏବଂ ପୂରା ଶରୀରରେ କ୍ରିମ, ଲୋଶନ କିମ୍ବା ନଡ଼ିଆ ତେଲ ଲଗାଇବା ଉଚିତ। ଏହାଦ୍ୱାରା ତ୍ୱଚା ନରମ ରହିଥାଏ। ଯଦି ଆପଣ ଏମିତି କରୁନାହାନ୍ତି, ତା’ହେଲେ ଆଜିଠୁ ହିଁ ସ୍କିନ୍‌କୁ ମଇଶ୍ଚରାଇଜ୍‌ କରିବା ଆରମ୍ଭ କରି ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.