ରାଉରକେଲାରୁ ଜାଲ ନୋଟ୍‌ କାରବାରର ପର୍ଦ୍ଦାଫାସ, ଧରାପଡ଼ିଲା ଜଣେ ଆନ୍ତଃରାଜ୍ୟ ଅପରାଧୀ

ରାଉରକେଲା(କେନ୍ୟୁଜ୍): ରାଉରକେଲାରୁ ଜାଲ ନୋଟ୍‌ କାରବାରର ପର୍ଦ୍ଦାଫାସ । ପୁଳା ପୁଳା ନକଲି ନୋଟ୍‌ ଜବତ । ଏହି ଘଟଣାରେ ଧରାପଡ଼ିଲା ଜଣେ ଆନ୍ତଃରାଜ୍ୟ ଅପରାଧୀ । ଏସଟିଏଫ ଓ ରାଉରକେଲା ପୋଲିସ ମିଳିତ ଚଢ଼ାଉ କରି ତାକୁ ଗିରଫ କରିଛନ୍ତି ।

ତା ନାଁ ଏସ୍‌.କେ ଅହମ୍ମଦ ଓ ଘର ଦିଲ୍ଲୀ ବାଦରପୁର ଅଞ୍ଚଳରେ । ରାଉରକେଲା ସେକ୍ଟର-୧୭ ଅଞ୍ଚଳରେ ରହି ନକଲି ନୋଟ୍‌ କାରବାର ଚଳାଉଥିଲା ଏସ୍‌.କେ ଅହମ୍ମଦ । ତା ନିକଟରୁ ୧୬ ଲକ୍ଷ ୧୧ହଜାର ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇଛି । ଲାପଟପ୍‌, କଲର ପ୍ରିଣ୍ଟର ଜବତ କରିଛି ଏସଟିଏଫ୍‌ । ନକଲି ନୋଟର ଚେର୍‌ କେଉଁ ଯାଏ ବ୍ୟାପିଛି ଅଧିକ ଖୋଳତାଡ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.