ସୋନୁ ସୁଦଙ୍କ ଏମିତି ଜଣେ ପ୍ରଶଂସକ, ଯିଏ ନିଜ ରକ୍ତରେ ତିଆରି କଲେ ସୋନୁଙ୍କ ସୁନ୍ଦର ଛବି
ପ୍ରତାପଗଡ଼ : କରୋନା ସମୟରେ ଲକଡାଉନ ଯୋଗୁ ଅସୁବିଧାରେ ଥିବା ଲୋକଙ୍କୁ ସହାୟତା କରିବା ପାଇଁ ଅନେକ ଲୋକେ ଆଗେଇ ଆସିଥିଲେ । ସେମାନଙ୍କ ମଧ୍ୟରେ ଥିଲେ ବଲିଉଡର ଅଭିନେତା ସୋନୁ ସୁଦ । ତାଙ୍କର ସହାୟତା ଏତେ ମାତ୍ରାରେ ଥିଲା ଯେ ଦେଶରେ ସେ ଚର୍ଚ୍ଚିତ ବ୍ୟକ୍ତିତ୍ୱଙ୍କ ମଧ୍ୟରୁ ଥିଲେ ଜଣେ । ଦେଶରେ ଥିବା ତାଙ୍କର ଅନେକ ପ୍ରଶଂସକଙ୍କ ମଧ୍ୟରୁ ଏମିତି ଜଣେ ପ୍ରଶଂସକ ହେଉଛନ୍ତି ଉତ୍ତର ପ୍ରଦେଶ ପ୍ରତାପଗଡ଼ର ମାଧୁଲାଲ ଗୁର୍ଜର ।
ସେ ସୋନୁ ସୁଦଙ୍କର ଏତେ ବଡ଼ ପ୍ରଶଂସକ ଯେ ନିଜ ରକ୍ତରେ ସୋନୁ ସୁଦଙ୍କ ଛବି ଆଙ୍କିଛନ୍ତି । ଅଭିନେତାଙ୍କର ଏହି ଛବି ଏତେ ସୁନ୍ଦର ହୋଇଛି, ଯେ କେହି ଦେଖି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ୍ । ଏହାକୁ ଜାଣିବା ପରେ ସୋନୁ ସୁଦ ରକ୍ତ ବଦଳରେ ରଂଗରେ ଛବି ଆଙ୍କିବାକୁ ତାଙ୍କୁ ଅନୁରୋଧ କରିଛନ୍ତି । ସୋନୁ ସୁଦ କହିଛନ୍ତି ଯେ ରକ୍ତ ବହୁତ ମୂଲ୍ୟ । ତେଣୁ ରକ୍ତ ଦରକାରୀ ଲୋକଙ୍କୁ ଦାନ କରନ୍ତୁ ଓ ରଂଗରେ ଛବି ଆଙ୍କିବାକୁ ସୋନୁ ସୁଦ ପରାମର୍ଶ ଦେଇଛନ୍ତି ।
ସୋନୁଙ୍କ ଛବି ଆଙ୍କିଥିବା ମାଧୁଲାଲ୍ କହିଛନ୍ତି ଯେ ସୋନୁ ଯେପରି ଭାବେ ଗରୀବଙ୍କୁ ସାହାଯ୍ୟ କରି ଜଣେ ମହାପୁରୁଷ ହୋଇଯାଇଛନ୍ତି, ତାଙ୍କ ପାଇଁ ରକ୍ତରେ ଏହି ଛବି ଆଙ୍କିବା କିଛି ବେଶୀ ନୁହେଁ । ତାଙ୍କର ଏହି ସାହାଯ୍ୟକାରୀ ଗୁଣ ପାଇଁ ମୁଁ ଏହି ପ୍ରେରଣା ପାଇଛି ବୋଲି ମାଧୁଲାଲ କହିଛନ୍ତି । ସୋନୁ ସୁଦ ଏହି ଛବି ଦେଖିବା ପରେ ମାଧୁଲାଲ୍ଙ୍କୁ ଭେଟିଛନ୍ତି । ମାଧୁଲାଲଙ୍କ ଛବିକୁ ବହୁତ ପ୍ରଶଂସା କରିବା ସହ ସେ ଜଣେ ବଡ଼ ଚିତ୍ରକର ଓ ତାଙ୍କୁ ସମସ୍ତେ ସହଯୋଗ କରନ୍ତୁ ବୋଲି ସୋନୁ ସୁଦ କହିଛନ୍ତି ।