ଗୁରୁଦିବସରେ ନକଲି ଶିକ୍ଷକ ଗିରଫ, ଜାଲ ପ୍ରମାଣପତ୍ର ଦାଖଲ କରି ୧୦ ବର୍ଷ ହେବ ମାରୁଥିଲେ ଚୁନା

ଆଠମାଲ୍ଲିକ(କେନ୍ୟୁଜ୍) ଗିରଫ ହେଲେ ନକଲି ଶିକ୍ଷକ । ଜାଲ ପ୍ରମାଣପତ୍ର ଦାଖଲ କରି ୧୦ ବର୍ଷ ହେବ ମାରୁଥିଲେ ଚୁନା । ଗିରଫ ଶିକ୍ଷକ ହେଉଛନ୍ତି ସୁମନ୍ତ କୁମାର ପ୍ରଧାନ । ସେ ନୀଳକଣ୍ଠପଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସହକାରୀ ଶିକ୍ଷକ ଥିଲେ ।

ବିଭାଗର ଆଦେଶ ଅନୁସାରେ, ଆଠମଲ୍ଲିକ ପ୍ରାଥମିକ ଶିକ୍ଷା ବିଭାଗରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଗତ ଜାନୁଆରୀରେ ଯାଞ୍ଚ କରାଯାଇଥିଲା । ଏଥିରେ ସୁମନ୍ତ କୁମାର ଦାଖଲ କରିଥିବା ବିଇଡି ପ୍ରମାଣପତ୍ର ଜାଲ ବୋଲି ଜଣାପଡିଥିଲା । ଏହା ପରେ ତାଙ୍କୁ ଗିରଫ କରିଛି ଆଠମଲ୍ଲିକ ପୋଲିସ । ସମୁଦାୟ ୭୦୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ୟରୁ ମାତ୍ର ୫୪୩ ଜଣ ଯୋଗ୍ୟତା ପ୍ରମାଣ ପତ୍ର ଯାଞ୍ଚ କରାଇଥିଲେ । ତେବେ ଅନୁପସ୍ଥିତ ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.