ଏହା ଦୁନିଆର ସେହି ଜାଗା, ଯେଉଁଠି କେବେ ବି ଅସ୍ତ ହୋଇ ନ ଥାଆନ୍ତି ସୂର୍ଯ୍ୟ! ଦୃଶ୍ୟ ଦେଖିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ

ଏ ଦୁନିଆ ବଡ଼ ବିଚିତ୍ର। ଏଠି ଅନେକ ବିଚିତ୍ରମୟ ଜିନିଷ ଦେଖିବାକୁ ମିଳିଥାଏ। ଏମିତି ହିଁ ଏକ ସ୍ଥାନ ରହିଛି, ଯେଉଁଠି ସୂର୍ଯ୍ୟ ପାଖାପାଖି ୭୦ ଦିନରୁ ଅଧିକ ସମୟ କାଳ ଅସ୍ତ ଯାଆନ୍ତି ନାହିଁ। ଏହି ସ୍ଥାନ ପର୍ଯ୍ୟଟକମାନଙ୍କୁ ବି ବେଶ୍‌ ଆକର୍ଷିତ କରିଥାଏ।

ସ୍ୱିଡେନ୍‌: ମେ’ ପ୍ରଥମରୁ ଅଗଷ୍ଟ ଶେଷ ପର୍ଯ୍ୟନ୍ତ ସ୍ୱିଡେନ୍‌ରେ ଅଧ ରାତି ସମୟରେ ସୂର୍ଯ୍ୟାସ୍ତ ହୋଇଥାଏ ଏବଂ ପୁଣି ସକାଳ ୪ଟାରେ ସୂର୍ଯ୍ୟୋଦୟ ହୋଇଯାଇଥାଏ। ଏଠାରେ ପାଖାପାଖି ୬ ମାସ କାଳ constant sunshineର ପିରିୟଡ୍‌ ଆପଣ ଦେଖି ପାରିବେ। ସ୍ୱିଡେନ୍‌ରେ ଆପଣ ଗୋଲ୍‌ଫିଙ୍ଗ୍‌, ଫିଶିଙ୍ଗ୍‌, ଟ୍ରେକିଙ୍ଗ୍‌ ଭଳି କେତେକ ରୋମାଞ୍ଚକ ଆକ୍ଟିଭିଟିଜ୍‌ରେ ଭାଗ ନେଇପାରିବେ।

ନୁନାଭୁତ୍‌, କାନାଡା: ନୁନାଭୁତ୍‌ ଏକ ଏମିତି ସହର, ଯେଉଁଠି ଜନସଂଖ୍ୟା ମାତ୍ର ୩ ହଜାର ପାଖାପାଖି ରହିଛି। ଏହା କାନାଡାର Northwest Territoriesରେ Arctic Circleରେ ଅଛି। ଏଠାରେ ଦୁଇ ମାସ ପର୍ଯ୍ୟନ୍ତ ୨୪ ଘଣ୍ଟା ଏବଂ ୭ ଦିନ ସୂର୍ଯ୍ୟଙ୍କ କିରଣ ଆପଣ ଦେଖି ପାରିବେ। କିନ୍ତୁ ଶୀତଦିନେ ଏଠାରେ ୩୦ ଦିନ କାଳ ଅନ୍ଧକାର ରହିଥାଏ।

ବାରୋ, ଅଲାସ୍କା: ମେ’ ଶେଷରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ଯାଆନ୍ତି ନାହିଁ। ସେହିପରି ନଭେମ୍ବର ଆରମ୍ଭରୁ ୩୦ ଦିନ କାଳ ସୂର୍ଯ୍ୟ ଏଠାରେ ଉଦୟ ହୋଇ ନ ଥାଆନ୍ତି। ଏହାକୁ ପୋଲର ନାଇଟ୍‌ କୁହାଯାଇଥାଏ। ଶୀତଦିନେ ଏହି ଜାଗା ଅନ୍ଧକାରରେ ବୁଡ଼ି ରହିଥାଏ। ଏଠାରେ ଆପଣଙ୍କୁ ବରଫ ଘେରା ପାହାଡ଼ ଏବଂ ଗ୍ଲାସିୟର ନଜର ଆସିବ। ଆପଣ ଏଠାକୁ ଖରା କିମ୍ବା ଶୀତଦିନେ ଆସିପାରିବେ।

ନରେଓ୍ଵ: Arctic Circleରେ ଥିବା ନରେଓ୍ଵକୁ Land of the Midnight Sun କୁହାଯାଇଥାଏ। ଏଠାରେ ମେ’ରୁ ଜୁଲାଇ ଶେଷ ପର୍ଯ୍ୟନ୍ତ ସୂର୍ଯ୍ୟ କେବେ ବି ଅସ୍ତ ହୋଇ ନ ଥାଆନ୍ତି। ଏହା ପାଖାପାଖି ୭୬ ଦିନର ସମୟ ହୋଇଥାଏ। ନରେଓ୍ଵର Svalbardରେ ସୂର୍ଯ୍ୟ ୧୦ ଏପ୍ରିଲରୁ ୨୩ ଅଗଷ୍ଟ ପର୍ଯ୍ୟନ୍ତ ଚମକି ଥାଆନ୍ତି।

ଫିନ୍‌ଲାଣ୍ଡ: ଫିନ୍‌ଲାଣ୍ଡକୁ ହଜାର ହଜାର ହ୍ରଦର ପୃଥିବୀ କୁହାଯାଇଥାଏ। ଏଠାକାର ଅଧିକାଂଶ ସ୍ଥାନରେ ଖରାଦିନେ ପୂରା ୭୩ ଦିନ କାଳ ଆପଣ ସୂର୍ଯ୍ୟଙ୍କୁ ଦେଖି ପାରିବେ। କିନ୍ତୁ ଶୀତଦିନେ ସୂର୍ଯ୍ୟଙ୍କ ଆଲୋକ ଦେଖାଯିବ ନାହିଁ। ଏଥିପାଇଁ ଲୋକେ ଏଠାରେ ଖରାଦିନେ କମ୍‌ ଶୋଇ ଥାଆନ୍ତି ଏବଂ ଶୀତଦିନେ ଅଧିକ। ଏଠାରେ ଆପଣ Northern Lightsକୁ ଦେଖି ପାରିବେ ଏବଂ ସ୍କିଇଙ୍ଗ୍‌ର ମଜା ମଧ୍ୟ ଉଠାଇ ପାରିବେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.