ଦରିଦ୍ରତାର କରୁଣ ଚିତ୍ର, ପଲିଥିନ ତଳେ ବର୍ଷ ବର୍ଷ ଧରି ପଡିରହିଛନ୍ତି ସାରା ପରିବାର

ଆପଣ ଗରିବୀର ଅନେକ ଉଦାହରଣ ଦେଖିଥିବେ ହେଲେ ସ୍ୱାଧିନତାର ୭୩ବର୍ଷ ପରେ ବି ମୁଣ୍ଡ ଗୁଞ୍ଜିବାକୁ ନା ଅଛି ଛାତ କି ଛପର । ଆମେ କହୁଛୁ ବରଗଡ଼ ଜିଲ୍ଲାର ଏକ ବୁଣାକାର ପରିବାର ର କଥା ଯାହାଙ୍କ ପାଇଁ ପଲିଥିନ ଖଣ୍ଡେ ପାଲଟିଛି ସାହାରା । ଏ ହେଉଛନ୍ତି ଗୋବର୍ଦ୍ଧନ ତାଣ୍ଡି । ବରଗଡ଼ ଜିଲ୍ଲା ସଦର ଥାନା ବେହେରା ଗାଁର ବାସିନ୍ଦା । ପୁଅ, ଝିଅ ଓ ସ୍ତ୍ରୀଙ୍କୁ ନେଇ ରୁହନ୍ତି ଏହି ଦଳିତ ପରିବାର । ପେଷାରେ ବୁଣାକାର ହେଲେ ବି ଗରିବୀ ଆର୍ଥିକ ଅନାଟନ ଯୋଗୁଁ ବହୁକଷ୍ଟରେ ଦିନ କାଟୁଛନ୍ତି ଏହି ପରିବାର ।

ଘର ଖଣ୍ଡେ ପାଇଁ ଜିଲ୍ଲାପାଳଙ୍କ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣୀ ଏମାନେ କିନ୍ତୁ ମିଳୁନି ଘରଖଣ୍ଡେ । ତେବେ ଏହି ଗୋଟିଏ ପରିବାରରେ ସିମୀତ ହୋଇରହି ନାହିଁ ଦାରିଦ୍ରର କାହାଣୀ । ଗାଁରେ ଅନେକ ପରିବାର ସରକାରୀ ଯୋଜନାରୁ ବଂଚିତ ହୋଇଛନ୍ତି । ଜିଲ୍ଲାପାଳଙ୍କ ସହ କଥା ହେବା ପରେ ଜଣାପଡିଲା ଯେ ତାଙ୍କ ନାମ ରୁରାଲ ହାଉସିଂ ରେ ବି ନାହିଁ । ଅନ୍ୟପଟେ ଗରିବୀ ଦୂରିକରଣ ପାଇଁ ସରକାର ଅନେକ ଯୋଜନା ତିଆରି କରୁଛନ୍ତି, ହେଲେ ଜିଲ୍ଲା ପ୍ରଶାସନର ଆନ୍ତରିକତାର ଅଭାବ ଯୋଗୁଁ ଏଭଳି ଦୁଖଃଦାୟକ ଦୃଶ୍ୟ ଦେଖିବାକୁ ମିଳୁଛି ବୋଲି ଅଭିଯୋଗ କରିଛନ୍ତି ଗାଁ ଲୋକେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.