ଗଜପତି: ଲଭ ମ୍ୟାରଜକୁ ଆଲାର୍ଜି, ଥାନା ଭିତରୁ ଯୁବତୀଙ୍କୁ ଟାଣି ନେଲେ ପରିବାର ଲୋକେ

ମୋହନା(କେନ୍ୟୁଜ୍):ଗଜପତି ଜ଼ିଲ୍ଲା ମୋହନା ଥାନା ପରିସରରେ ଏକ ଅଭାବନୀୟ ଘଟଣା ଦେଖଜିକୁ ମିଳିଛି। ଏକ ଘଟଣାକ୍ରମେ ଜଣେ ବିବାହିତ ଯୁବତୀକୁ ଥାନା ପରିସରରୁ ପୋଲିସ ଉପସ୍ଥିତିରେ ମାଡ଼ ମାରି ଟାଣି ଟାଣି ନେଇଯାଇଛନ୍ତି ଯୁବତୀର ପରିବାର ଲୋକେ।  ଘଟଣା ପ୍ରକାରେ ହିକିରିକୂପ୍ପା ଗ୍ରାମର ରୁନା ନାୟକ ବାଘମାରି ଗ୍ରାମର ଯୁବତୀ ଅଞ୍ଜଳି ରଇତକୁ ଚାନ୍ଦିପୁଟ କଲେଜରେ ପଢିବା ଦିନରୁ ପ୍ରେମ କରୁଥିଲେ। ତେଵେ  ଝିଅଘର ଲୋକ ବିବାହ ପାଇଁ ଅରାଜି ହେବାରୁ, ପୁଅ ଏବଂ ଝିଅ ଗତ ୨୩ ତାରିଖରେ ମୋହନା ବ୍ଲକ କାର୍ଯ୍ୟାଳୟ ପରିସରରେ ଜି. ପି. ଇ.ଓଙ୍କ ନିକଟରେ ରେଜିଷ୍ଟର ମ୍ୟାରେଜ କରିଥିଲେ।

ତେବେ ଏନେଇ ଝିଅର ପରିବାର ମୋହନା ଥାନାରେ ଗତ ୨୨ ତାରିଖରେ ଦିନ ଝିଅ ନିଖୋଜ ଥିବା ନେଇ ଲିଖିତ ଅଭିଯୋଗ କରିଥିଲେ।  ପୋଲିସ ଆଜି ଝିଅ ଏବଂ ପୁଅକୁ ପୁଅର ଗ୍ରାମ ହିକିରିକୂପ୍ପାରୁ ଡକାଇ ମୋହନା ଥାନାକୁ ଆଣିଥିଲେ। କିନ୍ତୁ ଥାନା ଭିତରକୁ ହଠାତ ଝିଅର ପରିବାର ସହ ୫୦ରୁ ଉର୍ଦ୍ଧ୍ବ ଲୋକ ଧସେଇ ପଶିବା ସହ ଝିଅକୁ ଟାଣି ଟାଣି ଉଠାଇ ନେଇଥିଲେ।

mohana2

 ପୋଲିସ କର୍ମୀମନେ ସବୁ ଦେଖି ମଧ୍ୟ ନାଚାର ହୋଇଯାଇଥିଲେ l ଏହାପରେ ପୁଅର ଗ୍ରାମବାସୀ ପୋଲିସର  ନିଷ୍କ୍ରୀୟତାକୁ ପ୍ରତିବାଦ କରିବା ସହ ଥାନା ଘରାଓ କରିଥିଲେ। ଥାନାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.