Below header

କଟକ: ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ଦେଖାଇ ଲୁଟିନେଲେ ୩ ଲୁଟେରା, ସିସିଟିଭିକୁ କରିଦେଲେ ଗୁଣ୍ଡ

ଚୌଦ୍ବାର(କେନ୍ୟୁଜ୍):  କଟକ ଜିଲ୍ଲା ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ କଡରେ ଥିବା ବଇଚୁଆଁ ରିଲାଏନ୍ସ ପ୍ରେଟୋଲ ପମ୍ଫରୁ ବନ୍ଧୁକ ମୁନରେ ଲୁଟ କରିବା ସହ କର୍ମଚାରୀ ଙ୍କୁ ମାଡ ମାରିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ତିନି ଜଣ ଲୁଟେରା ପଲସର ବାଇକରେ ଆସି ବନ୍ଧୁକ ଦେଖାଇ ଅଫିସ ରୁମରେ ପଶି ପମ୍ପ କର୍ମଚାରୀଙ୍କୁ ମାଡ ମାରି ଭୟଭୀତ କରିବା ସହ ୧୯ହଜାରରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।

ଏଥିସହ ଫାଙ୍କା ଗୁଳିମାଡ କରି ଜଗୁଆଳି ଠାରୁ ବନ୍ଧୁକ ଛଡାଇ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଛନ୍ତି । ସମସ୍ତ ଦୃଶ୍ୟ ପେଟ୍ରୋଲ ପମ୍ପର ସିସିଟିଭିରେ କଏଦ ହୋଇଥିବା ବେଳେ ଲୁଟେରା ମାନେ ସିସି କ୍ୟାମେରାକୁ ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.