ପାରିବାରିକ କଳହକୁ କେନ୍ଦ୍ର କରି ସ୍ବାମୀ-ସ୍ତ୍ରୀଙ୍କ ଉପରକୁ ଗରମ ପାଣି ଫୋପାଡିଲେ ପରିବାର ଲୋକେ, ଗୁୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଚାଷଗୁରୁଜଙ୍ଗ ଗ୍ରାମରେ ଅଭାବନୀୟ ଘଟଣା। ପାରିବାରିକ କଳହକୁ କେନ୍ଦ୍ର କରି ଗରମ ପାଣିରେ ପୋଡ଼ି ହୋଇ ସ୍ୱାମୀ, ସ୍ତ୍ରୀ ଗୁୁରୁତର ।

ସୂଚନା ଅନୁଯାୟୀ, ସ୍ବାମୀ ଟିକେଶ୍ୱର ନାୟକ ଓ ସ୍ତ୍ରୀ ବାସନ୍ତୀ ନାୟକଙ୍କ ଉପରକୁ ତାଙ୍କ ଜାଆ, ଶାଶୂ, ଶଶୁର, ଦିଅର ମିଳିମିଶି ଗରମ ପାଣି ପକାଇ ଗତକାଲି ସଂଧ୍ୟା ୮ଟାବେଳେ ଆକ୍ରମଣ କରିଥିଲେ। ଫଳରେ ଉଭୟ ସ୍ବାମୀ-ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ପାଲଲହଡା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାଲଲହଡା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.