ଏବେ ମୋବାଇଲ୍‌ ନମ୍ବର ଲୁଚାଇ ଚଲାଇପାରିବେ WhatsApp, ଜାଣନ୍ତୁ କେମିତି କରିବେ ବ୍ୟବହାର

ଇନଷ୍ଟାଣ୍ଟ ମେସେଜିଂ ଆପ୍‌ WhatsApp ର ବ୍ୟବହାରରେ ମେସେଜ୍‌ କୁ ପ୍ରାଇଭେଟ୍‌ ଅ୍‌ାର୍ତ ଗୋପନ କରି ରଖିବା ଏକ ପ୍ରମୁଖ ପ୍ରସଙ୍ଗ। ବାସ୍ତବରେ ଟଙ୍କା ଦେଣନେଣ ଠାରୁ ଆରମ୍ଭ କରି ବିଭିନ୍ନ କାମ ପାଇଁ WhatsApp ବ୍ୟବହାର କରାଯାଇଥାଏ। ଯାହାଦ୍ୱାରା ଆପଣଙ୍କ ମୋବାଇଲ୍‌ ନମ୍ବର କାରବାର କରୁଥିବା ବ୍ୟକ୍ତିଙ୍କ ସହ ସେୟାର ହୋଇଯାଇଥାଏ। ଏପରି ହେବା ଦ୍ୱାରା ଅନେକ ଥର ଆପଣଙ୍କୁ ଅଜଣା ନମ୍ବରରୁ ଫୋନ ଆସିଥାଏ ଏବଂ ମେସେଜ୍‌ କରି ମଧ୍ୟ ହଇରାଣ କରିଥାନ୍ତି। କିନ୍ତୁ ଏବେ ଆଉ ଆପଣଙ୍କୁ ଏହି ସମସ୍ୟାର ସାମ୍ନା କରିବାକୁ ପଡିବନି। କାରଣ ଆପଣ ଜାଣିଛନ୍ତି କି ହ୍ଵାଟସଆପ୍‌ ବ୍ୟବହାରକାରୀ ପ୍ରକୃତ ନମ୍ବର ଲୁଚାଇ WhatsApp ବ୍ୟବହାର କରିପାରିବେ। ଏହାଦ୍ୱାରା କୌଣସି ବ୍ୟକ୍ତି ଆପଣଙ୍କୁ ବିନା କୌଣସି କାରଣରେ କଲ୍‌ କିମ୍ବା ମେସେଜ୍‌ କରି ହଇରାଣ କରିପାରିବେ ନାହିଁ।

whatsappଲ୍ୟାଣ୍ଡଲାଇନ୍‌ ବ୍ୟବହାର କରି ଚଲାନ୍ତୁ WhatsApp

WhatsApp ର ପ୍ରକୃତ ମୋବାଇଲ ନମ୍ବର ଲୁଚାଇ ବ୍ୟବହାର କରାଯାଇପାରିବ। ଏଥିପାଇଁ ଏକ ଲ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରିବାକୁ ପଡିବ। ଅର୍ଥାତ ଆପଣ ମୋବାଇଲ ନମ୍ବର ବ୍ୟବହାର କରି ହ୍ଵାଟସଆପ୍‌ ଚଲାଇପାରିବେ। ଏଥିପାଇଁ ଆପଣଙ୍କୁ WhatsApp ବିଜନେସ୍‌ ଆପ୍‌ ର ବ୍ୟବହାର କରିବାକୁ ପଡିବ। କିନ୍ତୁ ଆପଣ ରେଗୁଲାର୍‌ ମୋବାଇଲ୍‌ ନମ୍ବର ପରିବର୍ତ୍ତେ ଳ୍ୟାଣ୍ଡଲାଇନ୍‌ ନମ୍ବର ବ୍ୟବହାର କରିପାରିବେ ନାହିଁ।

whatsapp-କିପରି କରିବେ ବ୍ୟବହାର

-ବ୍ୟବହାରକାରୀ ଲ୍ୟାଣ୍ଡଲାଇନ୍‌ ମୋବାଇଲ୍‌ ନମ୍ବରକୁ ରେଜିଷ୍ଟର କରି ହ୍ଵାଟସଆପ୍‌ ବ୍ୟବହାର କରିପାରିବେ। ଏଥିପାଇଁ ୟୁଜର୍ସିଙ୍କୁ ହ୍ଵାଟସଆପ୍‌ ବିଜନେସ୍‌ ଆପ୍‌ ଡାଉନଲୋଡ କରିବାକୁ ପଡିବ।

-ହ୍ଵାଟସଆପ୍‌ ଇନଷ୍ଟଲ୍‌ ହେବା ପରେ ୟୁଜରଙ୍କୁ ଓଟିପି ମାଗିବ। ଏହାପରେ ଆପଣ ଲ୍ୟାଣ୍ଡଲାଇନ୍‌ ନମ୍ବର ସହ ଭାରତ କୋଡ (+୯୧) ଲେଖନ୍ତୁ। କିନ୍ତୁ ଏହା ପୂର୍ବରୁ ୦ ହଟାଇଦିଅନ୍ତୁ। ଅର୍ଥାତ ଯଦି ଆପଣଙ୍କ ମୋବାଇଲ୍‌ ନମ୍ବର STD କୋଡ୍‌ ସହ ୦୨୨୨୬୫୪xxxx ହୋଇଥାଏ ତେବେ ଆପଣଙ୍କୁ +୯୧୨୨୨୬୫୪xxxx ଲେଖିବାକୁ ପଡିବ।

-ଏହାପରେ ଆପଣଙ୍କ ନିକଟକୁ WhatsApp Business App ତରଫରୁ ଲ୍ୟାଣ୍ଡଲାଇନ୍‌ ନମ୍ବରରେ ଏକ ଓଟିପି ପଠାଯିବ।

-ଏସବୁ ପରେ ୟୁଜରଙ୍କୁ ଲ୍ୟାଣ୍ଡଲାଇନ୍‌ ନମ୍ବରରେ ଓଟିପି ଭେରିଫିକେସନ୍‌ ପାଇଁ କଲ୍‌ ଆସିବ। ଏହାପରେ ୟୁଜର୍ସଙ୍କୁ ପୁଣିଥରେ ଓଟିପି ପକାଇ ଆଗକୁ ଥିବା ପ୍ରୋସେସ୍‌ କୁ ଫଲୋ କରିବାକୁ ପଡିବ।

ନୋଟ୍‌: ଲ୍ୟାଣ୍ଡଲାଇନ୍‌ ନମ୍ବରରେ ହ୍ଵାଟସଆପ୍‌ ଚଲାଇବା ଦ୍ୱାରା ୟୁଜରଙ୍କୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ। ବାସ୍ତବରେ ୟୁଜରଙ୍କୁ ମାନ୍ୟୁଆଲି କନେକ୍ଟ ଅପଡେଟ୍‌ କରିବାକୁ ପଡିବ। ଏହାବ୍ୟତୀତ ହ୍ଵାଟସଆପ୍‌ ତୁଳନାରେ ବିଜନେସ୍‌ ହ୍ଵାଟସଆପ୍‌ ବ୍ୟବହାର କରିବା ଦ୍ୱାରା ଆପଣ ଅଟୋମେଟିକ୍‌ ରିପ୍ଲାଇ ଭଳି ଅନେକ ଶାନଦାର୍‌ ଫିଚର୍ସ ପାଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.