ସରିଲା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ ପୋଡି ଯାତ୍ରା

ଧୂମଧାମରେ ଶେଷ ହୋଇଛି ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ ପୋଡି ଯାତ୍ରା, ୩ ଦିନ ଧରି ଚାଲିଥିବା ଏହି ଯାତ୍ରାକୁ ଦେଖିବାକୁ ଆସିଥିଲେ ଅନେକ ଶ୍ରଦ୍ଧାଳୁ

ଓଡିଶାରେ ଥିବା ପ୍ରାଚୀନ ପରମ୍ପରା ଅନ୍ୟ ରାଜ୍ୟ ତୁଳନାରେ ଥାଏ ଖୁବ ନିଆରା । ଏଠାରେ 12 ମାସ ରେ 13 ପର୍ବ ପାଳନ କରିବା ସାଙ୍ଗକୁ ଅନ୍ୟ କିଛି ଵିଶେଷ ପରମ୍ପରା ରହିଛି ଯାହାକି ରାଜ୍ୟ ର କିଛି କିଛି ସ୍ଥାନରେ ପାଳନ କରଯାଏ । ସେହିପରି ଏକ ନିଆରା ପରମ୍ପରା ନୟାଗଡ଼ ଗଣିଆ ବ୍ଲକ ପ୍ରସିଦ୍ଧ ରାବଣ ପୋଡି ଯାତ୍ରା। ଚଳିତ ଥର ବଡ ଧୂମଧାମରେ ଶେଷ ହୋଇଛି ନୟାଗଡ ଜିଲ୍ଲା ଗଣିଆ ବ୍ଲକ ପ୍ରସିଦ୍ଧ ଲଙ୍କା ପୋଡି ଯାତ୍ରା । ଚଳିତ ଥର ରାମ ନବମୀ ଠାରୁ ଆରମ୍ଭ ହୋଇଥିବା ରାମଲୀଳା ଯାତ୍ରା ସରିଛି । ଦୀର୍ଘ 51 ବର୍ଷ ଧରି ଚାଲି ଆସୁଥିବା ରାବଣ ପୋଡି ବା ଲଙ୍କା ପୋଡି ଯାତ୍ରା ଆରମ୍ଭ ହୋଇ ବଡ ଧୁମ୍ ଧାମରେ ଶେଷ ହୋଇଛି । ଏହି ଅବସରରେ ଗଣିଆ ବ୍ଲକ ରେ ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ଦର୍ଶକ ଆସି ଯୋଗଦାନ କରିଥିଲେ । ରାବଣ ପୋଡି ଯାତ୍ରା ଏହି ଅଞ୍ଚଳର ଏକ ପ୍ରମୁଖ ଯାତ୍ରା ହୋଇଥିବାରୁ ପ୍ରତି ଥର ଏଠାକୁ ହଜାର ହଜାର ଲୋକଙ୍କ ସଂଗମ ହୋଇଥାଏ ।

ବହୁ ପୁରୁଣା ପରମ୍ପରା କୁ ବଜାଇ ରଖିବା ପାଇଁ ରାମ ମନ୍ଦିର ରେ ପ୍ରତି ବର୍ଷ ରାମଲୀଳା ସହ ଶେଷ ଦିନରେ ରାବଣ ପୋଡି ଉତ୍ସବ ପାଳନ କରାଯାଏ। ବିଭିନ୍ନ ଲୋକ ଏଥିରେ ଭାଗ ନେଇ ରାମ , ଲକ୍ଷ୍ମଣ ଓ ବିଭିନ ବେଶରେ ସଜ୍ଜିତ ହୋଇ ରାମ ମନ୍ଦିର ଠାରୁ ଏକ ବିରାଟ ପଟୁଆରରେ ବାହାରି ସହର ପରିକ୍ରମା କରିଥାନ୍ତି ।

ବିଭିନ୍ନ ପାରମ୍ପରିକ ବାଜା ସାଙ୍ଗକୁ ଲାଇଟ ଓ ତୋରଣ ସାଜ ସଜାରେ ପୁରା ଗଣିଆ ବ୍ଲକ ଉତ୍ସବ ମୁଖର ହୋଇଉଠିଥାଏ । ନାଟକର ଶେଷରେ ପ୍ରଭୁ ରାମଚନ୍ଦ୍ର ଆଗକୁ ଯାଇ ସାମ୍ନାରେ ଥିବା ବିରାଟ ରାବଣ କୁ ନିଧନ କରିଥିଲେ। ଏହାପରେ ଆରମ୍ଭ ହୋଇଥାଏ ଆକାଶ ବାଜି ପ୍ରତିଯୋଗୀତା ।

ନିଜ ତଥା ନିଜ ପରିବାରର ମଙ୍ଗଳ ପାଇଁ ଶ୍ରଦ୍ଧାଳୁ ମାନେ ମାନସିକ କରି ବିଭିନ୍ନ ପ୍ରକାରର ବାଣ ଫୁଟାଇଥାନ୍ତି । ମାନସିକ ପୂରଣ ପରେ ବିଭିନ୍ନ ପ୍ରକାରର ଦାମୀ ଦାମୀ ବାଣ ପ୍ରତିଯୋଗୀତା କରିଥାନ୍ତି ଓ ସେମାନଙ୍କ ଭିତରେ ଭଲ ବାଣ ଆଣିଥିବା ଲୋକକୁ ପୁରସ୍କାର ଦିଆଯାଏ । ଏହି ଅବସରରେ 3 ଦିନ ଧରି ଗଣିଆରେ ଯାତ୍ରା ଅନୁଷ୍ଠିତ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.