କୋଇଲା ମାଫିଆଙ୍କ ଆତଙ୍କରାଜ: ଆକ୍ରମଣରେ ଫାଣ୍ଡି ଅଧିକାରୀଙ୍କ ଫାଟିଲା ମୁଣ୍ଡ

କୋଇଲା ମାଫିଆଙ୍କ ଆକ୍ରମାଣରେ ଫାଟିଲା ଚାନ୍ଦବାଲି ଥାନା ଅଧୀନ ମତୋ ଫାଣ୍ଡି ଅଧିକାରୀଙ୍କ ମୁଣ୍ଡ । ଗତକାଲି ବିଳମ୍ବିତ ରାତିରେ ଘଟିଛି ଏଭଳି ଘଟଣା ।

ଚାନ୍ଦବାଲି (କେନ୍ୟୁଜ): କୋଇଲା ମାଫିଆଙ୍କ ଆକ୍ରମଣରେ ଫାଟିଲା ପୋଲିସ ଅଧିକାରୀଙ୍କ ମୁଣ୍ଡ। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ଏକ ଚୋରା କୋଇଲା ଗାଡ଼ିର ପିଛା କରିଥିଲା। ଗାଡିଟି ଚାନ୍ଦବାଲି ମତୋ ମେଡିକାଲ ପାଖରେ ଭାରସାମ୍ୟ ହରାଇ ଓଲଟି ଯାଇଥିଲା।

ପୋଲିସ କୋଇଲା ଗାଡ଼ି ପାଖକୁ ଯିବା ସମୟରେ ମାଫିଆମାନେ ଇଟା ପଥର ମାଡ଼ କରିଥିଲେ। ଆକ୍ରମଣରେ ମତୋ ଫାଣ୍ଡି ଅଧିକାରୀ ବୁଦ୍ଧିରାମ ମହାନ୍ତି ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ ପରେ ମାଫିଆମାନେ ଫେରାର ହୋଇଯାଇଛନ୍ତି।