ମାଲକାନଗିରି ଏସ୍‌ପିଙ୍କୁ ବିରାଟ ଶୋଭାଯାତ୍ରାରେ ଭାବ ବିହ୍ଵଳ ବିଦାୟକାଳୀନ ସମ୍ବର୍ଦ୍ଧନା

ମାଲାକାନଗିରି(କେନ୍ୟୁଜ୍): ଏସ୍‌ପିଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା। ବିରାଟ ଶୋଭାଯାତ୍ରାରେ ଭାବ ବିହ୍ଵଳ ବିଦାୟ ଦେଲେ ଜିଲ୍ଲାବାସୀ। ମାଲାକାନଗିରି ଏସପି ଜଗମୋହନ ମୀନାଙ୍କୁ ଏଭଳି ଢଙ୍ଗରେ ବିଦାୟ ଦିଆଯାଇଛି। ଜିଲ୍ଲାର ପୋଲିସ କର୍ମଚାରୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ। ବାଜା ବାଣର ତାଳେ ତାଳେ କାନ୍ଧରେ ବସାଇ ଏସପିଙ୍କୁ ସହର ପରିକ୍ରମା କରାଇଥିଲେ ଲୋକ। ଜଣେ କର୍ତ୍ତବ୍ୟନିଷ୍ଠ, ପରୋପକାରୀ ଏସ୍‌ପି ଭାବରେ ବେଶ ଆଦୃତ ଥିଲେ ଜଗମୋହନ ମୀନା। ୨୦୧୭ ମସିହାରେ ମାଲକାନଗିରି ଜିଲ୍ଲାର ଏସ୍‌ପି ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ।

photo_2019-08-22_14-59-15ବିଶେଷ କରି ତାଙ୍କ ନେତୃତ୍ୱରେ ମାଓବାଦୀଙ୍କ କାର୍ଯ୍ୟକଳାପ ହ୍ରାସ କରିବାରେ ଜିଲ୍ଲା ପୋଲିସକୁ ସଫଳତା ମିଳିଥିଲା। ପପୁଲୁର ଜଙ୍ଗଲରେ ୫ ମାଓବାଦୀ ନିହତ, ତୁଳସୀ ପାହାଡ଼ରେ ଏନକାଉଣ୍ଟର ଭଳି ଅପରସେନ୍‌ର ନେତୃତ୍ୱ ନେଇଥିଲେ ଜଗମୋହନ ମୀନା। ଅନେକ କ୍ୟାଡର ମାଓବାଦୀ ବି ଆତ୍ମସମର୍ପଣ କରିଥିଲେ। ପୋଲିସ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ଓ ସେବା ମନୋବୃତ୍ତି ପାଇଁ ଜିଲ୍ଲାବାସୀଙ୍କ ଭିତରେ ବେଶ ପ୍ରଶଂସାର ପାତ୍ର ହୋଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.