ପୋଖରିରେ ବୁଡି ଚାଷୀ ମୃତ, ଗାଧୋଇବା ବେଳେ ଖସିଗଲା ଗୋଡ

ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତ ଅନ୍ତର୍ଗତ ଆଗର୍ଦା ଗାଁ ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି।

ଆନନ୍ଦପୁର : ରାମଚନ୍ଦ୍ରପୁର ଥାନା ଖଲଣା ପଞ୍ଚାୟତ ଅନ୍ତର୍ଗତ ଆଗର୍ଦା ଗାଁ ପୋଖରୀରେ ବୁଡି ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ଚାଷୀ ପ୍ରଶାନ୍ତକୁମାର ଚାଷ କାମ ସାରି ଗ୍ରାମର ଅସୁରଗଡିଆରେ ଗାଧୋଇବା ସମୟରେ ଅସାବଧାନତା ବଶତଃ ଗୋଡ ଖସି ଯିବାରୁ ପାଣିରେ ବୁଡି ଯାଇଥିଲେ ।

ସ୍ଥାନୀୟ ଲୋକେ ପ୍ରଶାନ୍ତକୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ସୁଦ୍ଧା ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଖବର ପାଇ ରାମଚନ୍ଦ୍ରପୁର ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.