ରାୟଗଡ଼ା : ଚାଷୀଙ୍କୁ ହତାଶ କରିଛି ସାମୁଦ୍ରିକ ଝଡ଼ ପେଥାଇ

ରାୟଗଡ଼ା (କେନ୍ୟୁଜ୍) : ଚାଷୀଙ୍କୁ ହତାଶ କରିଛି ସାମୁଦ୍ରିକ ଝଡ଼ ପେଥାଇ । ଏହାର ପ୍ରଭାବରେ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାୟଗଡ଼ା ଜିଲ୍ଳା ସଦର ବ୍ଲକ ଗୌଡଖିଲମ ଅଞ୍ଚଳ ବିଶେଷ ପ୍ରଭାବିତ ହୋଇଛି । କ୍ଷେତରେ ଆଣ୍ଠୁଏ ଆଣ୍ଠୁଏ ପାଣିରେ ବୁଡ଼ି ରହିଛି ଧାନ କେଣ୍ଡା । କିଛି ସ୍ଥାନରେ ଓଦା ହୋଇ ଖଳାରେ ଧାନଗୁଡିକ ଗଜା ହେବାକୁ ଲାଗିଲାଣି । ସେହିପରି କପା ଚାଷ ମଧ୍ୟ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଯାହାକୁ ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛି । ବର୍ତ୍ତମାନ ସୁଦ୍ଧା କ୍ଷୟକ୍ଷତିର ଆକଳନ ହୋଇନଥିବା ବେଳେ ଅନୁଧ୍ୟାନ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯିବ ବୋଲି ଜିଲ୍ଳା ପ୍ରଶାସନ କହିଛି । ପ୍ରାଥମିକ ଆକଳନ ଅନୁଯାୟୀ ଜିଲ୍ଲାରେ ୧୧ଶହ ୨୧ ହେକ୍ଟର ଧାନ ଫସଲ ନଷ୍ଟ ହୋଇଥିବାବେଳେ ୨୨୧ ହେକ୍ଟର କପା ଫସଲ ନଷ୍ଟ ହୋଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଚାଷୀ ଦାବି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.