Below header

ଲଗାଣ ବର୍ଷାରେ ଭିଜୁଛି ବର୍ଷକ ଯାକର ଅମଳ, ଚାଷୀ ନା ଧାନ କାଟି ପାରୁଛନ୍ତି ନା ଘରକୁ ଆଣି ପାରୁଛନ୍ତି

ଭୁବନେଶ୍ବର(କେନ୍ଯୁଜ୍): ବାତ୍ୟାର ପ୍ରକୋପ ଠାରୁ ବର୍ଷାର ବିଭୀଷିକାରେ ଆତଙ୍କିତ ଚାଷୀକୂଳ । ଲଗାଣ ବର୍ଷାରେ ବିଲରେ ଲୋଟିଛି ସୁନାର ଫସଲ। ପାଣିରେ ଭିଜୁଛି ଧାନ । ପ୍ରବଳ ବର୍ଷାରେ ନଷ୍ଟ ହେବାକୁ ବସିଛି ବର୍ଷକର ଫସଲ । ଅମଳ ବେଳକୁ ଚାଷୀଙ୍କ ଆସିଛି ବର୍ଷା ବିପତ୍ତି । ବାତ୍ୟା ସୂଚନା ପରେ କିଛି ଧାନକୁ କାଟିଆଣିଥିଲେ। ଆଣିପାରିନଥିବା ଧାନ ଗଜା ହେବା ଆଶଙ୍କା ଦେଖାଯାଇଛି। ଯେତିକି ଆଣିପାରିନଥିଲେ ତାହା ଏବେ ପାଣିରେ ବତୁରି ଗଜା ହେବାକୁ ବସିଛି। ବିଭିନ୍ନ ବ୍ୟାଙ୍କ, ମହାଜନ ଠାରୁ ଋଣ ଆଣି ଚାଷ କରିଥିବା ବେଳେ ବର୍ଷାରେ ଧାନ ନଷ୍ଟ ହେବା ଆଶଙ୍କା ବଢିଛି। ଏବେ ଯାହା ପରିସ୍ଥିତି ମୂଳ ଧନ ଉଠିବା ତ କଷ୍ଟ, ଋଣ ସୁଝିବେ କେମିତି ତାକୁ ନେଇ ଚିନ୍ତାରେ ଚାଷୀକୁଳ ।

କେବଳ ଧାନ ନୁହେଁ ବିଭିନ୍ନ ସ୍ଥାନରେ ପନିପରିବା ଚାଷ ବି ପ୍ରଭାବିତ । ବର୍ଷା ଯୋଗୁ କ୍ଷେତରେ ପରିବା ଚାଷ ନଷ୍ଟ ହେବାକୁ ବସିଲାଣି । ବର୍ଷକର ଶ୍ରମକୁ ଧୋଇନେଇଛି ଲଗାଣ ବର୍ଷା। ବର୍ଷାର ପ୍ରକୋପ କମିବା ପରେ କେତେ ଏଥିରୁ ଅମଳ ହେବ ତାକୁ ନେଇ ବି ସନ୍ଦେହ। ସେପଟେ ବର୍ଷା କମିବା ପରେ ହେବା ଫସଲ କ୍ଷୟକ୍ଷତି ଆକଳନ। ସାତଦିନ ମଧ୍ୟରେ କ୍ଷୟକ୍ଷତିର ଆକଳନ କରି ସହାୟତା ଘୋଷଣା କରାଯିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.