କେନ୍ଯୁଜ୍: ଜୁନିଅର ପୁରୁଷ ହକି ବିଶ୍ୱକପରେ ଆଜି ଫାଇନାଲ । ଜର୍ମାନୀ-ଆର୍ଜେଣ୍ଟିନା ମଧ୍ୟରେ ହେବ ଫାଇନାଲ । ସଂଧ୍ୟା ୭ଟା ୩୦ରେ ମ୍ୟାଚ ଖେଳାଯିବ । ୬ଥର ବିଜେତା ଜର୍ମାନୀ ଚଳିତଥର ଅପରାଜୟ ସହ ଫାଇନାଲରେ ପ୍ରବେଶ କରିଛି । ଦଳ ଅଷ୍ଟମ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି ।
ଅନ୍ୟପକ୍ଷରେ ଦୁଇ ଥର ବିଜେତା ଆର୍ଜେଣ୍ଟିନା ତୃତୀୟ ଥର ପାଇଁ ଫାଇନାଲ ଖେଳିବାକୁ ଯାଉଛି । ଉଭୟଦଳ ପ୍ରଥମ ଥର ଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି । ଅନ୍ୟପଟେ ଆୟୋଜକ ଭାରତ କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା କିନଷ୍ଠ ପୁରୁଷ ହକି ବିଶ୍ୱକପରେ ସେମିଫାଇନାଲରେ ଅଟକି ଯାଇଛି ଭାରତ ।
କାଂସ୍ୟ ପଦକ ଲାଗି ଫ୍ରାନ୍ସ ସହ ଖେଳିବ ଭାରତ । ଅପରାହ୍ନ ୪ଟା ୩୦ରେ ଖେଳାଯିବ । କାଂସ୍ୟ ପଦକ ଜିତି ସମ୍ମାନ ସହ ଅଭିଯାନ ଶେଷ କରିବା ଲକ୍ଷ୍ୟରେ ରହିଛି ଭାରତ ।