ପଦ ପାଇଁ ଦିଲ୍ଲୀରେ ବିଜେପି ନେତାଙ୍କ ଡେରା, କିଏ ପିନ୍ଧିବ ବିରୋଧୀ ଦଳ ମୁକୁଟ?

ଭୁବନେଶ୍ବର(କେନ୍ଯୁଜ୍):ବିରୋଧୀ ଦଳ ନେତା ପଦ ପାଇଁ ଦିଲ୍ଲୀରେ ଡେରା । କିଏ ହେବ ବିଜେପି ବିଧାୟକ ଦଳ ନେତା । ବିରୋଧୀ ଦଳ ମୁକୁଟ କିଏ ପିନ୍ଧିବ । ତାକୁ ନେଇ ଏବେ ଦଳରେ ଆରମ୍ଭ ହୋଇଛି ଚର୍ଚ୍ଚା । ବିରୋଧୀ ଦଳ ନେତା ଦୌଡରେ ଆଗରେ ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ଚରଣ ମାଝିଙ୍କ ନାଁ ଥିବା ଚର୍ଚ୍ଚା ଜୋର ଧରିଛି। ଏହି ଦୁଇ ନେତାଙ୍କ ପାଇଁ ହାଇକମାଣ୍ଡଙ୍କ ନିକଟରେ ଗୁହାରୀ କରିବାକୁ ବିଜେପିର କିଛି ବିଧାୟକ ଦିଲ୍ଲୀ ଗସ୍ତ କରିଛନ୍ତି।

ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଅସୁସ୍ଥତା ଏବେ ଦଳ ପାଇଁ ସମସ୍ୟା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ବିଦାୟକ ଦଳ ନେତା ପରିବର୍ତ୍ତନ ନେଇ ଚଳିତ ବିଧାନସଭା କାଳରେ ରାଜ୍ୟ ସଭାପତି ସମୀର ମହାନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କୁ ଚିଠି ଲେଖିଥିଲେ। ବରିଷ୍ଠ ବିଜେପି ବିଧାୟକ ଜୟନାରାୟଣ ମିଶ୍ର ଓ ମୋହନ ଚରଣ ମାଝିଙ୍କ ମଧ୍ୟରୁ ଜଣଙ୍କୁ ବିରୋଧୀ ଦଳ ନେତାର ମାନ୍ୟତା ଦେବାକୁ ଅନୁରୋଧ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.