ମଣ୍ଡିରୁ ଧାନ ନଉଠିବା ପ୍ରତିବାଦ: NH-୨୬ର ଝାରକୁଣ୍ଡାମାଳ ଠାରେ ରାସ୍ତା ଅବରୋଧ କଲେ ଚାଷୀ, ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ

କଳାହାଣ୍ଡି(କେନ୍ୟୁଜ୍): ପୁଣି ରାଜ ରାସ୍ତାରେ ଚାଷୀ । ମଣ୍ଡିରୁ ଧାନ ନଉଠିବା ପ୍ରତିବାଦରେ ଧର୍ମଗଡ, ଜୁନାଗଡ ଓ କଲମପୁରର ଚାଷୀ NH-୨୬ର ଝାରକୁଣ୍ଡାମାଳଠାରେ ରାସ୍ତା ଅବରୋଧ କରିଛନ୍ତି । ଗାଡିମୋଟର ଅଟକି ରହିବା ସହ ଜୟପୁର-ଭବାନୀପାଟଣା ମଧ୍ୟରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଗତ ୧ ତାରିଖରୁ କଳାହାଣ୍ଡି ଜିଲ୍ଲାରେ ମଣ୍ଡି ବନ୍ଦ ହୋଇଯାଇଛି। ଫଳରେ ମଣ୍ଡିରେ ହଜାର ହଜାର କୁଇଣ୍ଟାଲ ଧାନ ପଡିରହିବା ସହ ଗଜା ହୋଇଗଲାଣି । ଚାଷୀମାନେ ପ୍ରଶାସନକୁ ଜଣାଇ ନିରାଶ ହେବା ପରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.