Below header

ଇଟାଲୀର ନାପୋଲିରେ ଚମକିଲେ ଦୂତୀ ଚାନ୍ଦ, ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ଓଡ଼ିଆ ଦୌଡ଼ରାଣୀଙ୍କୁ ସ୍ୱର୍ଣ୍ଣ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଆ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ । ଇଟାଲୀର ନାପୋଲିରେ ଅନୁଷ୍ଠିତ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ ଚାନ୍ଦ । ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ଦୂତୀ । ୧୧. ୩୨ ସେକେଣ୍ଡରେ ଦୂତି ୧୦୦ ମିଟର ଅତିକ୍ରମ କରିଥିଲେ । ପୂର୍ବରୁ କୌଣସି ଭାରତୀୟ ୧୦୦ ମିଟର ଫାଇନାଲରେ ଯୋଗ୍ୟତା ଅର୍ଜନ କରିନଥିଲେ । ଦୂତୀ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାର ୧୦୦ ମିଟର ରେସ୍‌ରେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ୧୧.୪୮ ସେକେଣ୍ଡରେ ଶହେ ମିଟର ଅତିକ୍ରମ କରି ସେ ସେମିଫାଇନାଲରେ ପ୍ରବେଶ କରିଥିଲେ । ସେମିଫାଇନାଲରେ ୧୧.୫୮ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲରେ ପ୍ରବେଶ କରିଥିଲେ ଦୂତୀ ଚାନ୍ଦ ।

duteeକିଟ୍‌ ଛାତ୍ରୀ ଦୂତୀ ଚାନ୍ଦ ପ୍ରଥମ ଭାରତୀୟ ମହିଳା ଭାବେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଥିବାରୁ ଖୁସି ପ୍ରକାଶ କରିଛନ୍ତି । ଏହି ପ୍ରତିଯୋଗିତା ପାଇଁ ଦୂତୀ ଚାନ୍ଦଙ୍କ ସମସ୍ତ ଖର୍ଚ୍ଚ ବହନ କରିଛନ୍ତି କିଟ୍‌ ଓ କିସ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ । ଏହା ସହ ଦୂତୀ କିପରି ଭଲ ପ୍ରଦର୍ଶନ କରିପାରିବେ, ସେଥିପାଇଁ ତାଙ୍କ ସହିତ କିଟ୍‌ କ୍ରୀଡ଼ା ନିର୍ଦ୍ଦେଶକଙ୍କୁ ଏବଂ ଏକ ଉଚ୍ଚସ୍ତରୀୟ ସ୍ପୋର୍ଟସ୍‌ ଟିମ୍‌ ପଠାଯାଇଥିଲା । ଏହି ସ୍ୱର୍ଣ୍ଣ ପଦକ କିଟ୍‌ ୟୁନିଭରସିଟି ଓ ଏହାର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କୁ ଡେଡିକେଟେଡ୍‌ କରିଛନ୍ତି ଦୂତୀ ଚାନ୍ଦ । ଏହା ଓଡ଼ିଶା ଲୋକଙ୍କ ଭଲ ପାଇବା ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମର୍ଥନ ପାଇଁ ସେ ଆଜି ଏହି ମେଡାଲ ପାଇଥିବା କହିଛନ୍ତି ଦୂତୀ ଚାନ୍ଦ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.