ବରଗଡ଼ରେ ଘରୋଇ କଳହ ଯୋଗୁ ବିଷ ପିଇ ବାପା-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ

ବରଗଡ଼ (କେନ୍ୟୁଜ୍) : ଘରୋଇ କଳହ ଯୋଗୁ ବିଷ ପିଇ ବାପା-ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ । ଘଟଣା ଘଟିଛି ବରଗଡ଼ ସଦର ଥାନା ନୂଆଗଡ଼ ଗାଁରେ । ପୁଅ ବୁଦ୍ଧ ସୁନା ଓ ବାପା ପରମା ସୁନା ଗୁରୁତର ଅଛନ୍ତି । ତାଙ୍କୁ ଚିକତ୍ସା ପାଇଁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି । ଆଜି ସକାଳେ କୌଣସି କାରଣ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଫଳରେ ଉଭୟେ ଚାଷରେ ବ୍ୟବହାର ହେଉଥିବା କୀଟନାଶକ ପିଇ ଦେଇଥିଲେ । ପ୍ରଥମେ ସେମାନଙ୍କୁ ବରଗଡ଼ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ହେବାରୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.