Below header

ଏନକ୍ଲୋଜରରୁ ଫିଟିଲା ବାଘୁଣୀ ’ସୁନ୍ଦରୀ’

ଅନୁଗୁଳ (କେନ୍ୟୁଜ୍) : ଏନକ୍ଲୋଜରରୁ ଫିଟିଲା ବାଘୁଣୀ ସୁନ୍ଦରୀ । ମଧ୍ୟପ୍ରଦେଶ ବାନ୍ଧବଗଡ଼ରୁ ଆସିଥିବା ବାଣୁଣୀ ସୁନ୍ଦରୀ ଗତକାଲି ଏନକ୍ଲୋଜରରୁ ସାତକୋଶିଆ ଜଙ୍ଗଲକୁ ଲମ୍ଫ ମାରିଛି । ଅପରାହ୍ଣ ୩ଟା ୧୫ ମିନିଟରେ ଏନକ୍ଲୋଜର ଗେଟ୍ ଖୋଲାଯାଇଥିଲା । ଏହି ସମୟରେ ସାତକୋଶିଆ କର୍ତ୍ତୃପକ୍ଷ, ବନ୍ୟପ୍ରାଣୀ ବିଭାଗର ଅଧିକାରୀ, ଅନୁଗୁଳ ଡିଏଫଓ ଏବଂ ପ୍ରାଣୀ ଚିକିତ୍ସକ ଉପସ୍ଥିତ ଥିଲେ । ସାତକୋଶିଆ ଜଙ୍ଗଲରେ ବାଘୁଣୀ ସ୍ୱାଭାବିକ ଭାବେ ବିଚରଣ କରୁଥିବା ଜଣାପଡ଼ିଛି । ବାଘୁଣୀ ଉପରେ ଏବେ ୨୪ ଘଣ୍ଟିଆ ନଜର ରଖାଯିବ । ବାନ୍ଧବଗଡ଼ରୁ ଆସିବା ପରେ ଗତ ଜୁନ ୨୮ ତାରିଖରୁ ବାଘୁଣୀ ସୁନ୍ଦରୀ ଏନକ୍ଲୋଜରରେ ଥିଲା । ମହାବଳକୁ ୧୫ ଦିନ ପରେ ଏନକ୍ଲୋଜରରୁ ଛଡାଯାଇଥିବାବେଳେ ବାଘୁଣୀକୁ ୫୦ ଦିନ ଏନକ୍ଲୋଜରରେ ରଖାଯାଇଥିଲା ।

ତେଣୁ ଏହାକୁ ନେଇ ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଜଙ୍ଗଲରେ ବାଘ ଛାଡିବା ନେଇ ସ୍ଥାନୀୟ ଲୋକ ଏକାଧିକ ଥର ବିରୋଧ ପ୍ରଦର୍ଶନ କରିଛନ୍ତି । ଏପରିକି ଏନକ୍ଲୋଜର ଭିତରେ ନରଖିଲେ ବାଘକୁ ମାରିଦେବୁ ବୋଲି ଧମକ ଦେଇଥିଲେ । ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟମରେ ମଧ୍ୟପ୍ରଦେଶରୁ ମହାବଳ ଓ ବାଘୁଣୀକୁ ଅଣାଯାଇଥିଲା । କିନ୍ତୁ ବାଘୁଣୀକୁ ୫୦ ଦିନ ଏନକ୍ଲୋଜରରେ ରଖିବା ପରେ, ପରବର୍ତ୍ତୀ ପର୍ୟ୍ୟାୟରେ ଆଉ ବାଘ ଆଣିବା ବନ ବିଭାଗ ପାଇଁ ଚ୍ୟାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.