Below header

ଆଜି ଦେଶୀଗର୍ଲଙ୍କ ନିର୍ବନ୍ଧ : ପାର୍ଟିରେ ଯୋଗ ଦେଇନପାରନ୍ତି ବଡ଼ ବଡ଼ ଷ୍ଟାର୍

ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ଆଜି ହେଉଛି ଦେଶୀଗର୍ଲଙ୍କ ନିର୍ବନ୍ଧ । ପ୍ରିୟଙ୍କାଙ୍କ ବୟଫ୍ରେଣ୍ଡ ନିକ ଜୋନ୍ସଙ୍କ ମା’ ଡୋନିସ୍ ଓ ବାପା କୋବିନ୍ ଜୋନସ୍ ଗୁରୁବାର ମୁମ୍ବାଇରେ ପହଞ୍ଚି ସାରିଛନ୍ତି। ସେମାନଙ୍କୁ ସ୍ବାଗତ ଜଣାଇବା ପାଇଁ ପ୍ରିୟଙ୍କାଙ୍କ ମା’ ପ୍ରଥମରୁ ଏୟାରପୋର୍ଟରେ ଉପସ୍ଥିତ ଥିଲେ।

ଏହା ପୂର୍ବରୁ ଉଭୟ ଲୁଚି ନିର୍ବନ୍ଧ କରିଥିବା ଖବର ଆସିଥିଲା । ଏହାର ପ୍ରମାଣ ସେତେବେଳେ ମିଳିଥିଲା ଯେତବେଳେ ଜଣେ ପ୍ରଶଂସକ ନିର୍ବନ୍ଧ ପାଇଁ ଶୁଭକାମନା ଦେଇଥିଲେ । ଆଉ ନିକ୍ ଏହାର ଉତ୍ତରରେ ଧନ୍ୟବାଦ ଦେଇ ଏକଥାକୁ ଇଶାରା କରିଥିଲେ ଯେ ନିର୍ବନ୍ଧ କଥା ସତ । କେବଳ ସେତିକି ନୁହେଁ କିଛି ଦିନ ତଳେ ରବୀନା ଟଣ୍ଡନଙ୍କୁ ଦେଖାକରିବା ସମୟରେ ଏକ ଫଟୋ ନେଇଥିଲେ ପ୍ରିୟଙ୍କା । ଯେଉଁଥିରେ ତାଙ୍କ ନିର୍ବନ୍ଧ ମୁଦି କ୍ୟାମେରାରେ ଆସିଯାଇଥିଲା ।

ତେବେ ଏହି ମୁଦିର ମୂଲ୍ୟ ଆପଣ ଜାଣିଲେ ଆଶ୍ଚର୍ୟ୍ୟ ହୋଇଯିବେ । ପ୍ରିୟଙ୍କାଙ୍କ ଏହି ମୁଦିର ମୂଲ୍ୟ ହେଉଛି ପ୍ରାୟ ୩ ଲକ୍ଷ ଡଲାର୍ । ଅର୍ଥାତ୍ ଭାରତୀୟ ଟଙ୍କାରେ ପ୍ରାୟ ୨.୧ କୋଟି ଟଙ୍କା । ଯେଉଁ ବଜେଟରେ ଭାରତରେ ବଡ଼ ବଡ଼ ବିବାହ ହେଉଛି ସେତିକି ମୂଲ୍ୟ କେବଳ ପ୍ରିୟଙ୍କାଙ୍କ ମୁଦିର ଦାମ୍ । ତେବେ ଚିନ୍ତା କରନ୍ତୁ ଦେଶୀ ଗର୍ଲଙ୍କ ବିବାହରେ କେତେ ଖର୍ଚ୍ଚ ହେବ ।

ଅନ୍ୟପଟେ ଶୁଣିବାକୁ ମିଳିଛି ପ୍ରିୟଙ୍କାଙ୍କ ଏହି ନିର୍ବନ୍ଧ ପାର୍ଟିକୁ କେବଳ ଖାସ୍ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରାଯାଇଛି । ବଲିଉଡର ବଡ଼ବଡ଼ କଳାକାରମାନେ ଏହି ଭୋଜିରେ ନଜର ଆସିବେ। କିନ୍ତୁ ଏମିତି ବି ବହୁତ ବଡ଼ବଡ଼ କଳାକାର ଅଛନ୍ତି ଯେଉଁମାନେ ଏହି କାର୍ୟ୍ୟକ୍ରମରେ ସାମିଲ ହୋଇନପାରନ୍ତି ।

ସୂଚନାଯୋଗ୍ୟ, ଶାହାରୁଖ ଖାନ୍ ବି ନିଜର ଆଗାମୀ ସିନେମା ‘ଜିରୋ’ ପାଇଁ ବ୍ୟସ୍ତରେ ଅଛନ୍ତି । ତାଙ୍କର ସମ୍ପୂର୍ଣ୍ଣ ପରିବାର କଲିଫର୍ଣ୍ଣିଆରେ ଅଛନ୍ତି। ସେହିପରି ପ୍ରିୟଙ୍କା ଚୋପ୍ରା କୋ-ଷ୍ଟାର ରଣବୀର କପୁର ବି ଏବେ ‘ବ୍ରହ୍ମାସ୍ତ୍ର’ ସୁଟିଂରେ ବ୍ୟସ୍ତ ଅଛି। ଅନୁଷ୍କା ନିକଟରେ ଲଣ୍ଡନ ଗସ୍ତରେ ଯାଇଛନ୍ତି। ତେଣୁ ଏହି କଳାକାରମାନେ ପାର୍ଟିରେ ଯୋଗ ଦେଇ ପାରିବେ ନାହିଁ।

ସେପଟେ ସଲମାନ୍ ଖାନଙ୍କ ବହୁ ପ୍ରତିକ୍ଷୀତ ସିନେମା ‘ଭାରତ’ରେ ପ୍ରଥମେ ପ୍ରିୟଙ୍କା ଚୋପ୍ରା ଅଭିନୟ କରିବାର ଥିଲା, କିନ୍ତୁ ସେ ବିବାହ ପାଇଁ ଏହାକୁ ଛାଡ଼ି ଦେଇଥିଲେ ବୋଲି ସୂଚନା ମିଳିଥିଲା। ଏବେ ସଲମାନ୍ ଓ କଟ୍ରିନା କୈଫ୍ ମାଲ୍ଟାରେ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି। ତେଣୁ ଏହି ଦୁଇଷ୍ଟାର ପ୍ରିୟଙ୍କାଙ୍କ ନିର୍ବନ୍ଧ ଉତ୍ସବରେ ଯୋଗ ଦେଇ ପାରିବେ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.