Below header

କେରଳ ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କୋଚି : କେରଳକୁ ବିଧ୍ୱସ୍ତ କରି ଦେଇଛି ପ୍ରଳୟଙ୍କରୀ ବନ୍ୟା । ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ଭୟଙ୍କର ବନ୍ୟା । ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୩୨୪ ଜଣ ପ୍ରାଣ ହରାଇ ସାରିଲେଣି । ଅନେକ ନିଖୋଜ ହୋଇ ଯାଇଛନ୍ତି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ୨ ଲକ୍ଷରୁ ଅଧିକ ବନ୍ୟା ବିପନ୍ନଙ୍କୁ ୧୫୦ରୁ ଅଧିକ ଆଶ୍ରୟ ସ୍ଥଳୀରେ ରଖାଯାଇଛି । କେରଳର ବହୁ ସହର ପାଣି ଘେରରେ ରହିଛି । ସ୍ଥିତି ଅନୁଧ୍ୟାନ ପାଇଁ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଆକାଶ ମାର୍ଗରୁ ସ୍ଥିତି ଅନୁଧ୍ୟାନ କରିବାର ଥିଲା । କିନ୍ତୁ ଖରାପ ପାଗ ଯୋଗୁଁ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । ତେବେ କୋଚିରେ ପହଞ୍ଚି ପ୍ରଧାନମନ୍ତ୍ରୀ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କ ସମେତ ରାଜ୍ୟର ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି ।

KERALA FLOOD

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.